ବ୍ଲକରେ ସମୀକ୍ଷା କରିଲେ ଜିଲ୍ଲାପାଳ
କୁକୁଡ଼ାଖଣ୍ଡି, (ଓ୍ବାଇଏନ୍ଏସ୍):କୁକୁଡ଼ାଖଣ୍ଡି ବ୍ଲକରେ କରୋନା ସ୍ଥିତି ର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଆମୃତ କୁଲାଗେଂ। ଜୁଲାଇ ମାସ ସମସ୍ତ ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଲୋକେ ପୋଖରୀ କୁ ଗାଧେଇବାକୁ ଯିବା ଉପରେ ବାରଣ କରାଯାଇଛି। ଜନଗହଳି କୁ ସମ୍ପୂର୍ଣ ମନା କରିଛନ୍ତି, ଏହା ହେବା ଦ୍ୱାରା ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି.. ଦୋକାନ ଗୁଡିକ ରେ କୌଣସି ଲୋକ ମାସ୍ ନପିନ୍ଧି ଥିଲେ ଦୋକାନୀ କୁ ଜରିମାନା ଦେବାକୁ ପଡିବ. ଲୋକେ ସତର୍କତା ଅଵଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ.. ଗ୍ରାମରେ କୌଣସି ସ୍ଥାନ ରେ ଲୋକ ଗହଳି କଲେ ଏବଂ ତାସ ଖେଳୁଥିଲି ସରପଞ୍ଚ ମାନେ ସ୍ଥାନୀୟ ପୋଲିସ ଥାନା କୁ ଯୋଗାଯୋଗ କରିବାକୁ ନିର୍ଦେଶ ଦେଇଥିଲେ.. ଜିଲ୍ଲାପାଳ ଙ୍କ ସହ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେଦତ୍ତାତ୍ରେୟ ଭାଉ ସାହେବ, ତହସିଲଦାର ଇପ୍ସିତାପ୍ରିୟଦର୍ଶନି ମିଶ୍ର, ଅତିରିକ୍ତ ତହସିଲଦାର ଆମ୍ବିତ ମହାନ୍ତି ଙ୍କ ସହ ସରପଞ୍ଚ ମାନେ ଉପସ୍ଥିତ ଥିଲେ।


