ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ଅପଡେଟ୍‌ ନେଇ ମୁଖ୍ୟ ଶାସନ ସଚିବ ପ୍ରେସ ମିଟ୍‌ କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କରୋନା ମୁକାବିଲା ସହ ଅର୍ଥନୀତିକୁ ସମ୍ଭାଳିବାକୁ ପଡିବ । ସାଢେ ତିନି ମାସ ହେଲାଣି ଆମେ ଅଦୃଶ୍ୟ ଶତ୍ରୁ ସହ ଲଢେଇ ଚାଲିଛି । ସ୍ବାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମ ପାଇଁ ଜରୁରୀ ହୋଇପଡିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଜୁଲାଇ ମାସ ପାଇଁ ନୂତନ ରଣନୀତି ପ୍ରସ୍ତୁତ ହୋଇଛି । ଗ୍ରାମାଞ୍ଚଳରେ କୋଭିଡ୍‌ ମ୍ୟାନେଜମେଣ୍ଟ କମିଟି ଗଠନ ହେବ । ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ ହେବ । ସରପଞ୍ଚମାନେ ଏହାର ଦାୟିତ୍ବ ନେବେ । ସେହିପରି ଘରୋଇ ହସ୍ପିଟାଲ ପାଇଁ ଏସ୍‌ଓପି ଜାରି ହୋଇଛି । ସେହିପରି ମାସ୍କ ନ ପିନ୍ଧିଲେ କିମ୍ବା ସାମାଜିକ ଦୂରତ୍ବା ନ ମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ । ରାତ୍ରୀକାଳୀନ କର୍ଫ୍ୟୁକୁ ମଧ୍ୟ କୋହଳ କରାଯାଇଛି । ରାତ୍ରି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ପୂର୍ବରୁ ସନ୍ଧ୍ୟା ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିଲା । ମାତ୍ର ଏହି ସମୟରେ ଜରୁରୀକାଳୀନ ସେବା କଟକଣାମୁକ୍ତ ରହିବେ । ସେହିପରି ସର୍ବସାଧାରଣ ଛେପ ପକାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ଜରିମାନା ଆଦାୟ କରାଯିବ । ମାସ୍କ ଓ ସାମାଜିକ ଦୂରତ୍ବ ନିୟମ କଡାକଡି ପାଳନ କରାଯିବ । ସେହିପରି ଅନ୍ୟ ପାର୍ଲର, ସେଲୁନ ଓ ଦୋକାନରେ ମଧ୍ୟ ଏହାକୁ ଅଧିକ କଡାକଡି କରାଯିବ । ଜୁଲାଇ ମାସରେ ଏହି ଧରପଗଡକୁ ଅଧିକ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ସିନେମା, ଥିଏଟର, ଜିମ୍ନାସିୟମ୍‌ ଆଦି ପୂର୍ବ ଭଳି ବନ୍ଦ ରହିବ । ଧାର୍ମିକ ଅନୁଷ୍ଠାନ ଖୋଲାଯିବ ନାହିଁ । ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ଅଗଷ୍ଟ ୩୧ ଯାଏ ବନ୍ଦ ରହିବ ବୋଲି ସୂଚନା ରହିଛି । ତେବେ ସପିଂ ମଲ୍‌ଗୁଡିକ ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲିପାରିବେ ବୋଲି ସୂଚନା ରହିଛି । ରେଷ୍ଟୁରାଣ୍ଟ ଖୋଲା ରହିବ, ପାର୍ସଲ ସୁବିଧା ରହିବ ବୋଲି ସୂଚନା ରହିଛି । ୫୦ରୁ ଅଧିକ ମାମଲା ଥିବା ଜିଲ୍ଲାଗୁଡିକୁ ଜୋନ୍‌-୧କରାଯାଇଛି । ରାଜ୍ୟର ୧୦ଟି ଜିଲ୍ଲା ଏବେ ଜୋନ୍‌-୧ରେ ରହିଛନ୍ତି । ପୂର୍ବରୁ ୧୧ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିଛନ୍ତି । ଭଦ୍ରକ ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲା ଜୋନ୍‌-୧ରେ ରହିଛି – ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେଉଁଝର, ଝାରସୁଗୁଡା, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାଗୁଡିକରେ କରୋନା ମାମଲା ଅଧିକ ଥିବାରୁ ଏହାକୁ ଜୋନ୍‌-୧କରାଯାଇଛି । ଏହି ଜୋନ୍‌ରେ ପୂର୍ବ ଭଳି ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ । ତେବେ ଏହି ସମୟରେ ଏହି ଜୋନ୍‌ରେ ସବୁ ଜରୁରୀକାଳୀନ ସେବାର କର୍ମଚାରୀ ମାନେ କଟକଣା ମୁକ୍ତ ରହିବେ । ସେହିପରି ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ କଟକଣା ମୁକ୍ତ ରହିବେ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ଓ ପେଟ୍ରୋଲ ପମ୍ପ କର୍ମଚାରୀ ମଧ୍ୟ କଟକଣାମୁକ୍ତ ରହିବେ । ଏହି ସମୟରେ ନ୍ୟୁଜ୍‌ ହକର୍‌ ମାନେ ସକାଳ ୫ଟାରୁ ୮ ମଧ୍ୟରେ କାର୍ଯ୍ୟ କରିପାରିବେ । ଉପରୋକ୍ତ ୧୦ଟି ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲା କୁ ଜୋନ୍‌-୨ରେ ରଖାଯାଇଛି । ଏଠାରେ କେବଳ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଏଠାରେ ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି କଟକଣା ଲାଗୁ କରିପାରିବେ ବୋଲି ସୂଚନା ରହିଛି । ସେହିପରି କ୍ବାରେଣ୍ଟାଇନ୍‌ ଅବଧିକୁ ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି ବଢାଇ ପାରିବେ । ସେହିପରି ବେସରକାରୀ କାର୍ଯ୍ୟାଳୟରେ କଟକଣା ଉଲ୍ଲଂଘନ ହେଲେ କାର୍ଯ୍ୟାଳୟର ମୁଖ୍ୟମାନେ ଦାୟୀ ରହିବେ ବୋଲି ସୂଚନା ରହିଛି । ହଟସ୍ପଟରୁ ରେଳ ଓ ବିମାନ ଯାତ୍ରା କମ୍‌ କରିବା ପାଇଁ ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ