କ୍ୱାରେଣ୍ଟାଇନ କେନ୍ଦ୍ରରେ ମହିଳାଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : କ୍ୱାରେଣ୍ଟାଇନ କେନ୍ଦ୍ରରେ ଜଣେ ମହିଳା ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ କ୍ୱାରେଂଟାଇନ ସେଣ୍ଟରରେ ଆତ୍ମହତ୍ୟାର ନଜିର ରହିଛି । ମିଳିଥିବା ସୂଚନାନୁଯାୟୀ, ଜଳେଶ୍ୱର ଭୋଗରାଇ ବ୍ଲକ ଜଇରାମପୁର ଟିଏମସି ପରିସରରୁ ଜଣେ ପ୍ରବାସୀ ମହିଳାଙ୍କ ଶବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ତୁରନ୍ତ ପୁଲିସ ସେଠାରେ ପହଁଚି ମୃତାଙ୍କୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି । ଅପରପକ୍ଷରେ ଉକ୍ତ ମହିଳା ଜଣକ ଗତ ୨୦ରେ ହାଇଦ୍ରାବାଦରୁ ଫେରି କ୍ୱାରେଣ୍ଟିନ କେନ୍ଦ୍ରରେ ରହିଥିଲେ । ତେବେ କ୍ୱାରେଣ୍ଟାଇନ କେନ୍ଦ୍ରରେ କିଭଳି ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ ।


