ଟିକଟକର ବିକଳ୍ପ ଦେଶୀ ଚିଙ୍ଗାରି !

ସୀମାନ୍ତରେ ଚୀନ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବାବେଳେ ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ଗତକାଲି କେନ୍ଦ୍ର ସରକାର ଟିକଟକ ସମେତ ୫୯ଟି ଚାଇନା ଆପକୁ ଦେଶରେ ବ୍ୟାନ କାରିଛନ୍ତି । ଏହି ଆପସବୁ ବ୍ୟାନ ହେବା ପରେ ଭାରତରେ ନିର୍ମିତ ଦେଶିଆପ ଚିଙ୍ଗାରି ଏବେ ଟିକଟକ ସ୍ଥାନ ନେବାରେ ଲାଗିଛି । ବଡକଥା ହେଉଛି ଏହି ଚିଙ୍ଗାରି ଆପକୁ ଜଣେ ଓଡିଆ ପୁଅ ତଥା ଆଇଟିଇଆର କଲେଜର ଛାତ୍ର ବିଶ୍ୱାତ୍ମା ନାୟକ ଓ ତାଙ୍କ ସାଥି ସିଦ୍ଧାର୍ଥ ଗୌତମ ବିକାଶ କରିଛନ୍ତି । ଏହା ଓଡ଼ିଶାପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଟିକଟକ ବଦଳରେ ଏହି ଆପ ଭାରତର ଯୁବପିଢିଙ୍କ ମଧ୍ୟରେ ବହୁତ ଶୀଘ୍ର ଆଦୃତ ହେବାରେ ଲାଗିଛି । ମାତ୍ର ୧୦ଦିନ ମଧ୍ୟରେ ୨୫ଲକ୍ଷରୁ ଅଧିକ ଲୋକ ଏହି ଆପକୁ ଡାଉନଲୋଡ କରିସାରିଲେଣି ।
ଏହି ଆପ ଓଡ଼ିଆ ଭାଷା ସହିତ ୧୦ଟି ଭିନ୍ନ ଭିନ୍ନ ଆଂଚଳିକ ଭାଷାରେ ଉପଲବ୍ଧ । ଖବର, ଗେମ ପରି ଏଥିରେ ଛୋଟ ଭିଡ଼ିଓ ସେୟାରିଂ ଭଳି ଅନେକ ବୈଶିଷ୍ଟ୍ୟ ରହିଛି । ଟିକଟକ କେବଳ ମନୋରଞ୍ଜନଧର୍ମୀ ହୋଇଥିବା ବେଳେ ଚିଙ୍ଗାରିରେ ବ୍ୟବହାରକାରୀ ତାଜା ନ୍ୟୁଜ ଦେଖିବା ସହିତ ଭଲଭଲ ଗେମ ମଧ୍ୟ ଖେଳି ପାରିବେ । ପ୍ରତିଦିନ ଏହି ଆପର ବ୍ୟବହାରକାରୀ ବଢି ଚାଲିଛନ୍ତି । ଚାଇନା ଆପକୁ ବିରୋଧ କରିବା ସହ ସ୍ୱଦେଶରେ ପ୍ରସ୍ତୁତ ଆପକୁ ବ୍ୟବହାର କରିବାପାଇଁ ବର୍ତ୍ତମାନ ଯୁବପିଢି ଅଂଟା ଭିଡିଛନ୍ତି । ଏବେ ଚିଙ୍ଗାରି ଆପକୁ ବ୍ୟବହାର କରିବା ସହ ଏହାର ପ୍ରଚାର ପ୍ରସାରରେ ମଧ୍ୟ ଯୁବପିଢି ଲାଗିଯାଇଛନ୍ତି । ଏପରିକି ଏହି ଆପକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଇନଷ୍ଟଲ କରିବା ସହ ଟ୍ୱିଟରରେ ଏହାର ପ୍ରଶଂସା ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ