ସମାନ କାମକୁ ସମାନ ମଜୁରୀ ପ୍ରଦାନ ଦାବିରେ ପ୍ଲାକାର୍ଡ ଧରି ଜଙ୍ଗଲରେ ଶ୍ରମିକଙ୍କ ଧାରଣା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ପାଇଁ ସମଗ୍ର ଦେଶରେ ଲକଡାଉନ। ବର୍ତ୍ତମାନ ଜିଲ୍ଲାର ହଜାର ହଜାର ଶ୍ରମିକଙ୍କ ରୋଜଗାରର ସାହା ଭରସା ପାଲଟିଛି ମନରେଗା ଯୋଜନା। ଗାଁଗାଁରେ ଆରମ୍ଭ ହୋଇଛି ଏହି କାମ। ପୂର୍ବରୁ ଜବକାର୍ଡଧାରୀ ମାନେ ଏହି କାମ କରୁଥିବାବେଳେ ଏବେ ପ୍ରତି ବ୍ଲକରେ ସାମିଲ ହୋଇଛନ୍ତି କିଛି ପ୍ରବାସୀ। ଏଭଳିସ୍ଥଳେ ରାଜ୍ୟସ୍ତରରେ ଗୋଟିଏ ଜିଲ୍ଲାରେ ୨ସହ ଦିନ କାମ ଦିଆଯାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ୧ସହ ଦିନର କାମ ଯୋଗାଉ ଦିଆଯାଉଛି। ସେହିଭଳି ଅନ୍ୟ କେତେକ ଜିଲ୍ଲାରେ ଦୈନିକ ୨୯୭ ଟଙ୍କା ପ୍ରଦାନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ୨୦୭ ଟଙ୍କା ପ୍ରଦାନ କରାଯାଉଛି।ଏହାକୁ ବିରୋଧ କରି କନ୍ଧମାଳ ଜିଲ୍ଲାର ଜବକାର୍ଡଧାରୀମାନେ ଦାବି ଉଠାଇଛନ୍ତି। ସମାନ କାମକୁ ସମାନ ମଜୁରି ପାଇଁ ଦାବି କରାଯାଇଛି। କନ୍ଧମାଳ ଜିଲ୍ଲାର ଗଦଗୁଡ଼ା, ପେଟାପାଙ୍ଗା, ଗ୍ରେସିଙ୍ଗିଆ, ରଟିଙ୍ଗିଆ ଭଳି ବିଭିନ୍ନ ଅଞ୍ଚଳରେ ଏହି ଶ୍ରମିକମାନେ ହାତରେ ପ୍ଲାକାର୍ଡ ଧରି ଜଙ୍ଗଲରେ ଦାବି ଉପସ୍ଥାପନ କରୁଥିବାର ଦେଖାଯାଇଛି। ଏ ଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ