ଆଉ ୨୫୧ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ବୁଧବାର ରାଜ୍ୟରେ ଆଉ ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱାରେଣ୍ଟାଇନ ୨୦୮ ଓ ଲୋକାଲ କେସ ୪୩ ବୋଲି ଜଣାଯାଇଛି । ମୋଟ ପଜିଟିଭ ସଂଖ୍ୟା ୭୩୧୬ ହୋଇଥିବାବେଳେ ସୁସ୍ଥ ୫୧୮୯ ଓ ମୋଟ ଆକ୍ଟିଭ କେସ ୨୦୯୪ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ୩୨, ଖୋର୍ଦ୍ଧା ୨୬, ନୟାଗଡ଼ ୧୪, ପୁରୀ ଓ ବରଗଡ଼ରୁ ୧୨ ଲେଖାଏଁ, ମାଲକାନଗିରି ୧୦, ସୁନ୍ଦରଗଡ଼ ୭, ଗଜପତି ୬ ଓ ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୫ ଲେଖାଏଁ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ଦେବଗଡ଼ରୁ ୪ ଲେଖାଏଁ, ସମ୍ବଲପୁର ଓ ବାଲେଶ୍ୱରରୁ ୨ ଲେଖାଏଁ, ସୋନପୁର, ଯାଜପୁର ଓ ଅନୁଗୁଳରୁ ଜଣେ ଲେଖାଏଁ, ଓ ଅମ୍ପନ ଡ୍ୟୁଟି କରିଥିବା ଜଣେ ଏନଡିଆରଏଫ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।


