ବିଦ୍ୟୁତ ତାର ଚୋରି ଦୁଇ ଅଭିଯୁକ୍ତ ଗିରଫ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ଥାନା ପୋଲିସ ବିଦ୍ୟୁତ ଆଲୁମିନିୟମ ତାର ଚୋରି କରିଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ , ଗତ ୨୫/୦୬/୨୦୨୦ ରିଖ ଗୁରୁବାର ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ୍ ସମୟରେ ଯୋଡା ଥାନାଠାରୁ ଅନତି ଦୂର ହିରାକୁଦ କଲୋନୀସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ପ୍ରାୟ ୮୦ କେଜି ଓଜନର ଆଲୁମିନିୟମ ବିଦ୍ୟୁତ ତାର ଚୋରି ହୋଇଯାଇଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ପୋଲିସ କେଶ୍ ନଂ ୧୦୫/୨୦୨୦ ରୁଜୁ କରି ସୋମବାର ରାତି ପ୍ରାୟ ୧୦ ଘଟିକା ସମୟରେ ଏଥିରେ ସଂପୃକ୍ତ ଖୁନ୍ଟପାଣି ଅଂଚଳର ଦୁଇ ଅଭିଯୁକ୍ତ ଯଦୁମଣି ବାରିକ ଓ ଜୁଲୁ ବାରିକଙ୍କୁ ଗିରଫ କରିଛି । ପୋଲିସ କେଶ୍ ନଂ ୧୦୫/୨୦୨୦, ଦଫା ୩୭୯ , ୩୪ ଆଇପିସି ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।


