ବାହୁଡାର ବିଧି ପାଳନ, ସୁନାବେଶରେ ୧୪୪ଧାରା କଟକଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସୀମାନ୍ତ ଆନ୍ଧ୍ର ତଥା ଦକ୍ଷିଣ ଓଡିଶାରେ ପ୍ରଖ୍ୟାତ ଥିବା ପାରଳାଖେମୁଣ୍ଡି ରଥଯାତ୍ରା କରୋନା ଯୋଗୁଁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ବନ୍ଦ ରହିଛି । ରଥଯାତ୍ରା ନ ହୋଇ କେବଳ ମନ୍ଦିରରେ ୩ଦିଅଁଙ୍କ କେବଳ ନିତିକାନ୍ତି ପାଳନ କରାଯାଇଥିଲା । ଆଜି ବାହୁଡା ଯାତ୍ରା ଅଟେ । ତେଣୁ ଆଜି ଓ ଆସନ୍ତାକାଲି ୨ଦିନ ପାଇଁ ଗଜପତି ପ୍ରଶାସନ ମନ୍ଦିର ଅଞ୍ଚଳରେ ୧୪୪ଧାରା ଜାରି କରି ଚାରି ପଟେ ବ୍ୟାରିକେଟ୍ ଦ୍ୱାରା ମନ୍ଦିରର ସମସ୍ତ ପଥକୁ ସିଲ୍ କରିଛନ୍ତି । ବିନା ଭକ୍ତ ଓ ବିନା ସୁନାବେଶରେ ମାତ୍ର କିଛି ଜଣ ସେବାୟତଙ୍କ ଦ୍ୱାରା ୩ଦିଅଁଙ୍କ ବାହୁଡା ବିଧି ଏବଂ ଅନ୍ୟାନ୍ୟ ପୁଜା ନିତିକାନ୍ତି ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ