ବାହୁଡ଼ାରେ ବାହୁଡ଼ିଗଲେ ଜଗନ୍ନାଥଙ୍କ ଭକ୍ତ ପ୍ରଫୁଲ୍ଲ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପ୍ରଶାସନ ସେବାରେ ପଂଚମୁଖ୍ୟ ସେବକ ମଧ୍ୟରୁ ମାର୍ଗଦର୍ଶିକା ସେବକ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ବୁଧବାର ସକାଳେ ପରଲୋକ ହୋଇଯାଇଛି । ସେ ଥିଲେ ଏକାନ୍ତ ଜଗନ୍ନାଥଙ୍କ ଭକ୍ତ । ପାବନ ଶ୍ରୀକ୍ଷେତ୍ର ପ୍ରତିଷ୍ଠ ପରେ ମନ୍ଦିରର ସୁପରିଚାଳନା ପାଇଁ ସେ ସର୍ବଦା ଉଦ୍ୟମ କରି ଆସୁଥିଲେ । ସ୍ୱର୍ଗତ ପଟ୍ଟନାୟକ ଜଣେ ଛାତ୍ର ବତ୍ସଳ ଅବସରପ୍ରାନ୍ତ ପୌର କର୍ମଚାରୀ ଭାବେ ବେଶ ଜଣାଶୁଣା ଥିଲେ । ପରିଣତ ବୟସରେ ବାହୁଡ଼ାଯାତ୍ର ଭଳି ପବିତ୍ର ଦିବସରେ ତାଙ୍କରି ଦେହାନ୍ତ ହୋଇଯାଇଛି । ମନ୍ଦିର ପ୍ରଶାସନ ସେବା ପକ୍ଷରୁ ସେବାଧିପତି ଲିଙ୍ଗରାଜ ସାହୁ, ପ୍ରଶାସନ ସେବକ ନିର୍ମଳ ମିଶ୍ର, ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା, , ହରିହର ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଅମର ଆତ୍ମାର ସଦଗତି ନିମନ୍ତେ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।


