ଅଗ୍ନି ବିର୍ପନ୍ନ ପରିବାରଙ୍କୁ ଇଫକୋର ସହାୟତା
ପାରାଦ୍ୱୀପ, (ପିତବାସ ପ୍ରଧାନ):ପାରାଦ୍ୱୀପ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଇଫକୋ ସାରକାରଖାନା ଏହାର ସ୍ୱାତନ୍ତ୍ରତା ବଜାୟ ରଖିଛି । ବନ୍ୟା,ବାତ୍ୟା, ମହାମାରୀ, ଘରପୋଡି ଆଦି କ୍ଷେତ୍ରରେ ଅସହାୟଙ୍କୁ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ଇଫକୋ ସବୁବେଳେ ଆଗରେ ରହିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅର୍ନ୍ତଗତ ଗୋପାଳପୁର ପଞ୍ଚାୟତ ଅଧିନସ୍ତ ସାନ ସାରଳ ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିବିପନ୍ନ ପରିବାର ସରୋଜ କୁମାର ସ୍ୱାଇଁ, ମନୋଜ କୁମାର ସ୍ୱାଇଁ ଓ ଶତୃଘ୍ନ ସ୍ୱାଇଁଙ୍କୁ ମଙ୍ଗଳବାର ସହାୟତା ଯୋଗାଇ ଦେଇଛି ଇଫକୋ ପାରାଦ୍ୱୀପ ୟୁନିଟ୍ । ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଇଫକୋ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରୟଦର୍ଶିନୀ ବିଶ୍ୱାଳ, ତିତ୍ତ୍ରୋଲ ବ୍ଳକ ଅଧ୍ୟକ୍ଷା ସୁଜାତା ମହାନ୍ତି ଓ ଗୋପାଳପୁର ସରପଞ୍ଚ ନିୟତି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ, ପୋଷାକ, ବେଡ୍ସିଟ୍, ମଶାରୀ, ପାଲ, ସାନିଟାଇଜର, ସାବୁନ୍, ମାସ୍କ ଆଦି ବଣ୍ଟନ କରିଥିଲେ ।


