ପ୍ରତି ଶନିବାର ରବିବାର ଶଟ୍‌ଡାଉନ୍‌ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ କରୋନା ସଂକ୍ରମଣକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ କରିବାକୁ ନିଷ୍ପତି ନେଇଛନ୍ତି। ଏନେଇ ମଙ୍ଗଳବାର ସଂନ୍ଧ୍ୟାରେ ବିଜ୍ଞାପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଜିଲ୍ଲାକୁ ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଫେରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ସଟଡାଉନ ସମୟରେ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ଛାଡ଼ିଦେଲେ ଆଉ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି କନ୍ଧମାଳ ଜିଲ୍ଲାପାଳ ଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ