ପାରାଦ୍ୱୀପରେ ଟ୍ରକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତ୍ୱର

ପାରାଦ୍ୱୀପ (ପୀତବାସ ପ୍ରଧାନ) : ପାରାଦ୍ୱୀପ ଅଠରବାଙ୍କୀ ନିକଟସ୍ଥ ଟର୍ମିନାଲ ଛକରେ ଏକ ଟ୍ରକ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତ୍ୱର ଭାବେ ଆହାତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବୁଧବାର ଦିନ ସଂନ୍ଧ୍ୟାରେ ଅଏଲ୍ ରିଫାଇନେରୀ ରେ କାର୍ଯ୍ୟ କରୁଥିବା ବିହାର ରଂଜିତ ଝା ଏବଂ ଉତ୍ତର ପ୍ରଦେଶର ମୁକେଶ ଶର୍ମା ବୁଧବାର ସଂନ୍ଧ୍ୟାରେ ପାରାଦ୍ୱୀପରୁ ମାର୍କେଟିଙ୍ଗ କରି ତାରେଣୀଗଡା ଘରକୁ ମଟର ସାଇକେଲରେ ଫେରୁଥିବା ସମୟରେ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ରଞ୍ଜିତ ଝାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମୁକେଶ ଶର୍ମା ଗୁରୁତର ଆହାତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣା ପରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ମଟର ଜାମ୍ ହୋଇ ଯାଇଥିଲା । ଖବର ପାଇ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ସଦଳେବଳେ ଘଟଣା ସ୍ଥଳରେ ତୁରନ୍ତ ପହଞ୍ôଚ ଶବ ଜବତ କରିବା ସହ ଆହତକୁ ଚିକିତ୍ସାଳୟ ପଠାଇ ଟ୍ରାଫିକ୍ ଜାମକୁ ହଟାଇଥିଲେ । ତେବେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରକ ଓ ଘଟଣାର ତଦନ୍ତରେ ପୋଲିସ ଲାଗିପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ