ପୋଲିସ ,ନାଗରିକ ମଞ୍ଚ ତରଫରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର,( ଯୁଗାବ୍ଦ ନ୍ୟୁଜ୍): ରାଜ୍ୟରେ ସଡକ ଦୂଘଁଟଣା ବୃଦ୍ଧି ପାଉଥିବାରୁ ଲୋକମାନଙ୍କୁ ସଚେତନ ଓ ଜାଗ୍ରତ କରିବା ପାଇଁ ଯାଜପୁର ଜିଲ୍ଲାର ଜେନାପୁର ପୋଲିସ ଏବଂ ସଚେତନ ନାଗରିକ ମଞ୍ଚର ମିଳିତ ଉଦ୍ୟମରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ବ୍ରାହ୍ମଣୀ ସେତୁ ନିକଟରେ ଏକ ସଡ଼କ ସୁରକ୍ଷା କାର୍ୟ୍ୟକ୍ର ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ସ୍ଥାନୀୟ ମୁକୁନ୍ଦ ପାତ୍ର +୨ ଏବଂ +୩ ର ଛାତ୍ର ଛାତ୍ରୀମାନେ ଏକ ରୋଡ ସୋ ରେ ବାହାରି ସଡ଼କ ସୁରକ୍ଷା ସ୍ଲୋଗାନ ଦେଇ ସେତୁନିକଟରେ ସଭା ସ୍ଥଳରେ ପଂହଁଚିଥିଲେ । ବିଭିନ୍ନ ପ୍ରକାର ସଚେତନତା ମୂଳକ ବାର୍ତ୍ତା ସହ ଜନସାଧାରଣ ମାନଙ୍କୁ ସର୍ବଦା ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ ବ୍ୟବହାର କରିବା, ଗାଡିଚାଳନା ସମୟରେ ମୋବାଇଲ ବ୍ୟବହାର ନକରିବା, ଟ୍ରାଫିକ ନିୟମ ମାନି ଗାଡି ଚାଳନା, ମଦ୍ୟପାନ କରି ଗାଡି ନଚଳେଇବା ସହ ସମସ୍ତେ ନିଜକୁ ନିଜେ ଏହିଦିଗରେ ସଚେତନ ହେବାସହ ନିଜ ପରିବାର ସଦସ୍ୟ ତଥା ଅନ୍ୟମାନଙ୍କୁ ସଚେତନ କରାଇବା , ଏବଂ ସ୍ଥାନୀୟ ଅଞ୍ଚଳର ସୁନନ୍ଦ ଦଳାଇ ଙ୍କ ଦ୍ୱାରା ବିଭିନ୍ନ ସଚେତନ ମୂଳକ ଗୀତ ଦାସକାଠିଆ ମାଧ୍ୟମରେ ବାର୍ତା ଦିଆଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ଦୋରା ଯୋଗଦେବା ସହ ସଂମ୍ମାନୀତ ଅତିଥି ଭାବେ ସମାଜସେବୀ କୃଷ୍ଣଚନ୍ଦ୍ର ସାହୁ, କିଂଯୋଲ ଜଏନ ଡେପୁଟି ମ୍ୟାନେଜର ମୁମ୍ବାଇ ଟାଟା ଗ୍ରୁଫର ସଂଯୋଜିତା ମିଶ୍ର , ବହୁକର୍ମକର୍ତ୍ତା ଯୋଗଦେଇଥିଲେ । ।ସରୋଜ କାନ୍ତ ବେହେରା ସଭା ପରିଚାଳନା ସହ ପରମାନନ୍ଦ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


