ଜାତୀୟ ମାନବାଧିକାର ପରିଷଦ ପକ୍ଷରୁ ଦିଗପହଣ୍ଡି ଅଞ୍ଚଳର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍)):ମହାମାରୀ କରୋନା ଭୂତାଣୁ ବର୍ତ୍ତମାନ ସାରା ବିଶ୍ବରେ ନିଜର ଆଧିପତ୍ୟ ଜାରି ରଖିଥିବା ବେଳେ ଏହି ମହା ବିପତ୍ତିରୁ ଆମ ଦେଶ, ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ସାଧାରଣ ଜନତା ମଧ୍ୟ ବର୍ତ୍ତି ପାରିନାହାନ୍ତି । କରୋନା କୁ ନେଇ ସମଗ୍ର ବିଶ୍ବବାସୀଙ୍କ ମନ ଭିତରେ ରହିଅଛି କୋକୁଆଭୟ । ଏଭଳି ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ସଚେତନତା ମାଧ୍ୟମରେ ସୁରକ୍ଷା ଓ ସହଯୋଗ କରିବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ କାମ କରିବାସହ ଲୋକମାନଙ୍କୁ ସାହାଯ୍ୟ ଓ ସହାନୁଭୂତି ପ୍ରଦାନ କରୁଥିବା ଜଣାପଡିଛି । ଏହି ଅବସରରେ ଶୁକ୍ରବାର ଜାତୀୟ ମାନବାଧିକାର ପରିଷଦର ରାଜ୍ୟ ବୋର୍ଡ ସଭାନେତ୍ରୀ ସସ୍ମିତା ଦାସଙ୍କ ନିର୍ଦ୍ଦେଶକ୍ରମେ ମାନବାଧିକାର ପରିଷଦ ଗଞ୍ଜାମ ଜିଲ୍ଲା ବୋର୍ଡ଼ ସଭାପତି ସଞ୍ଜୟ କୁମାର ମହାରଣା ଓ ମହୁରୀ ତାଲୁକା ସଭାପତି ତ୍ରୀପତି ମହାରଣା ଙ୍କ ନେତୃତ୍ୱରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ , ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ , ବିଡିଓ ହଳଧର ଶବର ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ପଦ୍ମନାଭପୁର ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି , ଥାନା ଏସଆଇ ବଳଭଦ୍ର ଗଣ୍ଡ , ଗଣମାଧ୍ୟମ ପ୍ରତିନିଧି ଅଶେଷ ନାଥ ମିଶ୍ର , ହର ପ୍ରସାଦ ରଥ , ନୀଳମାଧବ ପରମଗୁରୁ , କିରଣ କୁମାର ବେହେରା , ଶିବପ୍ରସାଦ ରଥଙ୍କୁ କରୋନାଯୋଦ୍ଧା ରୂପେ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମାନବାଧିକାର କର୍ମୀମାନେ ସମାଜ ସେବା , ବାଲ୍ୟ ବିବାହ , ନାରୀ ନିର୍ଯ୍ୟାତନା , ଗରିବ ନିଃସହାୟ ଓ ଅସହାୟ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସହଯୋଗ କରିବା ସହ ସାଧାରଣ ଜନତା ଙ୍କୁ ସେମାନଙ୍କ ମୌଳିକ ଅଧିକାର ଯୋଗାଇଦେବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ମାନବାଧିକାର ପରିଷଦ ର ଜିଲ୍ଲା ସଭାପତି ନିଜ ପ୍ରତିକ୍ରିୟାରେ ପରିପ୍ରକାଶ କରିଛନ୍ତି । ଏହି ମହାମାରୀ କରୋନାକୁ ନେଇ ରାଜ୍ୟ ସରକାର ଲକଡ଼ାଉନ , ସଟଡ଼ାଉନ ଜରିଆରେ ଲୋକମାନଙ୍କୁ କରୋନା‌ ସଂକ୍ରମଣ ରୁ ସୁରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ମାନି ଚଳିବା ଏବଂ ସହଯୋଗ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି । ବର୍ତ୍ତମାନ କରୋନାକୁ ହଟାଇବାକୁ ହେଲେ ସମସ୍ତ ଜନସାଧାରଣ ସରକାର ଙ୍କ ନିୟମକୁ ମାନି ସାମାଜିକ ଦୂରତ୍ୱ ରକ୍ଷା କରିବା , ମାକ୍ସ ପରିଧାନ କରିବା , ହାତକୁ ବାରମ୍ବାର ସାବୁନରେ ଧୋଇବା , ସାନିଟାଇଜର ବ୍ୟବହାର କରିବା , ଅତ୍ୟାବଶ୍ୟକ ନ ଥିଲେ ବାହାରକୁ ବାହାରିବା ନାହିଁ କିମ୍ବା ଜନଗହଳି ସ୍ଥାନଠାରୁ ଦୂରେଇ ରହିବା ତେବେ କରୋନା ଠାରୁ ମୁକ୍ତି ପାଇବା ବୋଲି ସମ୍ବର୍ଦ୍ଧନା ଉତ୍ସବରେ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏଭଳି ମହନୀୟ କାର୍ଯ୍ୟ କୁ ଉପସ୍ଥିତ ଅଞ୍ଚଳବାସୀ,ପଞ୍ଚାୟତ ଜନ ପ୍ରତିନିଧି ଓ ବହୁ ସଂଖ୍ୟକ ସାମାଜିକ କର୍ମୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଇ ସତ୍ୟ ନିୟୁଜ ର ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଗଦାଧର ଶୁକ୍ଳ , କାର୍ଯ୍ୟାଳୟ ପ୍ରତିନିଧି ସନ୍ତୋଷ କୁମାର ରେଡ୍ଡୀ , ସାମ୍ବାଦିକ କାଳି ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ