ପାରଳାରେ ବିରଳ ବ୍ରହ୍ମକମଳ ପୁଷ୍ପ ଦେଖାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ପାରଳାଖେମୁଣ୍ଡି ପିଡବ୍ଲୁଡି କଲୋନୀ ଠାରେ ଏହି ବିରଳ ବ୍ରକ୍କମଳ ପୁଷ୍ପ ଦେଖାଦେଇଛି । ଏହି ପୁଷ୍ପ ଅବସର ପ୍ରାପ୍ତ ପଶୁଧନ ଡା.ଚିତ୍ତରଞ୍ଜନ ମିଶ୍ରଙ୍କ ଘର ସମ୍ମୁଖ ବଗିଚାରେ ଆଜି ଭୋର ସମୟରେ ଦେଖିବାକୁ ମିଳିଛି । ଏହି ଫୁଲ ଗଛ ଗତ ୧୨ବର୍ଷ ଧରି ଏଠାରେ ରହିଛି । ହେଲେ କେବେବି ଏଥିରେ ଫୁଲ ଫୁଟି ନାହିଁ । ୧୨ବର୍ଷ ପରେ ଆଜି ଏହି ବିରଳ ଫୁଲ ଦେଖିବାକୁ ମିଳିଥିଲା । ଏହି ଫୁଲକୁ ଶ୍ରୀ ମିଶ୍ରଙ୍କ ପରିବାର ଲୋକେ ନିକଟସ୍ଥ ଶିବ ମନ୍ଦିରରେ ଅର୍ପଣ କରିଛନ୍ତି । ଏହି ଫୁଲ ବ୍ରହ୍ମାଙ୍କର ଅତି ପ୍ରୀୟ ଅଟେ ବୋଲି ପୌରାଣିକ ମତ ରହିଛି । ଏହା ଦେଖିଲେ ସେହି ପରିବାର ଏବଂ ଅଞ୍ଚଳବାସୀଙ୍କ ଉନ୍ନତି ହୋଇଥାଏ ବୋଲି କେତେକ ପଣ୍ଡିତ ମତ ଦେଇଛନ୍ତି । ଫୁଲଟିକୁ ଦେଖିବା ପାଇଁ ଆଜି ସକାଳୁ ଏଠାରେ ଲୋକଙ୍କ ଭିଡ ଜମିଥିଲା ।


