କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଶ୍ରାବଣୀ ଆସର

କେନ୍ଦ୍ରାପଡା ,(ଯୁଗାବ୍ଦ ନୁୂ୍ୟଜ୍): କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରାବଣୀ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଭାପତି ଡଃ.ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ଆସରରେ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ମନୋଜ କୁମାର ଦାସ, ନୃସିଂହ ଚରଣ ତ୍ରିପାଠୀ, ସୁବାଷ ଚନ୍ଦ୍ର ପାତ୍ର, ଆଶିଷ ସେନାପତି, ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ରଞ୍ଜନ କୁମାର ମଲ୍ଲିକ, ସୁରେନ୍ଦ୍ର ବେହେରା, ମେଜର ଭରତ ଚନ୍ଦ୍ର ଜେନା, ଡଃ.ନାରାୟଣ ପ୍ରସାଦ ଜେନା, ତୃପ୍ତିମୟୀ ଜେନା, ତ୍ରିଲୋଚନ ଜେନା, ରଞ୍ଜନ କୁମାର ବାଇ, ଅଧ୍ୟାପକ ଶୁଭକାନ୍ତ ଚୈାଧୁରୀ,ନିରଞ୍ଜନ ପରିଡା,ଅପର୍ତ୍ତୀ ସେଠୀ, ଶରତ କୁମାର ରାଉତ,ପ୍ରେମାନନ୍ଦ ଜେନା, ମଧୁସୁଦନ ଗେରୁ,ଆମ ଗାଁ ସାହିତ୍ୟ ପରିଷଦର ସହସମ୍ପାଦକ ଅଶୋକ କୁମାର ସାହୁ ପ୍ରମୁଖ ଶ୍ରାବଣୀ ସାହିତ୍ୟ ଆସର ସମ୍ପର୍କରେ ଆଲୋକପାତ କରିଥିଲେ ।ପ୍ରାଚୀନ ସାହିତ୍ୟରୁ ଆରମ୍ଭ କରି ଆଧୁନିକ ସାହିତ୍ୟ ଯାଏ ବର୍ଷାକୁ ପ୍ରତୀକ ଭାବରେ ନେଇ ଅନେକ କବିତା,ପ୍ରବନ୍ଧ,ଗଳ୍ପ ଲେଖାଯାଇଛି । ବରଷା ଅଟଇ ମଙ୍ଗଳକାରି ଆଉ ପାଳଇ ପରଜାଙ୍କୁ ବରଷି ବାରୀ । ଜଳ ହେଉଛି ଜୀବନ । ଆଉ ସେହି ଜୀବନର ଉତ୍ସ ହେଉଛି ବର୍ଷା । ବର୍ଷାକୁ ଛାଡି ସୃଷ୍ଟି ଚିନ୍ତା କରାଯାଇପାରେନା । ଯାହା ପାଇଁ ଚନ୍ଦ୍ର ମଣ୍ଡଳରୁ ମଙ୍ଗଳ ଗ୍ରହ ଯାଏଁ ଖୋଜା ଚାଲିଛି ଜଳ ଅଛିକି ନାହିଁ ବୋଲି ଆସରରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କବି କାକୁଲି ମଲ୍ଲିକ ଓ ନିରୂପମା ଦାସଙ୍କ ମିଳିତ ସଂଯୋଜନାରେ ବର୍ଷା ସମ୍ପର୍କୀତ ଏକ ସ୍ୱରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦ରୁ ଉ୍ଦ୍ଧ୍ୱର୍ କବି ସ୍ୱରଚିତ କବିତା ପାଠ କରିଥିଲେ । ସଂସଦର ଉପଦେଷ୍ଠା ଇଶ୍ୱର ଚନ୍ଦ୍ର ସାହୁଙ୍କର ଓପନ ହାର୍ଟ ସର୍ଜ୍ଜରୀ ହୋଇ ପେସ ମେକର ଲାଗିଥିବାରୁ,ଅନ୍ୟତମ ଉପଦେଷ୍ଟା ଦିବାକର ବିଶ୍ୱାଳ ଓ ଜମଧର ସମବାୟ ସମିତି ସଭାପତି କାର୍ତ୍ତିକ ଚନ୍ଦ୍ର ନାୟକ ଅସୁସ୍ଥ ହୋଇ ରୋଗ ଶଯ୍ୟାରେ ପଡିଥିବାରୁ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ସଭା ପ୍ରାରମ୍ଭରେ ରୋଟାରିଆନ ସଞ୍ଜୀବ ଚୈାଧୁରୀଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ମନୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ