ସରପଞ୍ଚଙ୍କ ଜିଲ୍ଳାପାଳ କ୍ଷମତା, ମଥୁରା ପଞ୍ଚାୟତ ୭ଦିନ ୮ଘଣ୍ଟା ସଟ୍ ଡାଉନ

ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ଗ୍ରାମ ପଞ୍ଚାୟତକୁ ସରପଞ୍ଚ ନିଜର ଜିଲ୍ଳାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୬ ତାରିଖ ରାତ୍ର ୧୦ ଘଣ୍ଟା ଠାରୁ ଜୁଲାଇ ୧୩ ତାରିଖ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୭ ଦିନ ୮ ଘଣ୍ଟା ସଟ୍ ଡାଉନ ଘୋଷଣା କରିଛନ୍ତି। ଛଅ ହଜାର ସାତ ଶହରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ କେବଳ ମଥୁରା ଗ୍ରାମକୁ ନେଇ ମଥୁରା ଗ୍ରାମ ପଞ୍ଚାୟତ ଗଠିତ। ପ୍ରଥମେ ଷ୍ଟେଟବ୍ୟାଙ୍କର ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ମଥୁରା ସରପଞ୍ଚ ପ୍ରଦୀପ କୁମାର ନାୟକ ବ୍ୟାଙ୍କ ବନ୍ଦ କରାଇଥିଲେ। ବର୍ତ୍ତମାନ ମଥୁରା ଗ୍ରାମର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ପୋଲସରା ବ୍ଲକ କୋଭିଡ ନୋଡାଲ ଅଫିସର ତଥା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ୬ ତାରିଖ ସୋମବାର ରାତ୍ର ୧୦ ଘଣ୍ଟା ଠାରୁ ୧୩ ତାରିଖ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୭ ଦିନ ୮ ଘଣ୍ଟା ପର୍ଯ୍ୟନ୍ତ ମଥୁର ଗ୍ରାମ ପଞ୍ଚାୟତକୁ ସଟ୍ ଡାଉନ ଘୋଷଣା କରିଛନ୍ତି। ରବିବାର ଜିଲ୍ଲା ପ୍ରଶାସନଙ୍କ ନିୟମ ପ୍ରକାରେ ସଟ୍ ଡାଉନ ଥିବା ବେଳେ ଆସନ୍ତା କାଲି ସୋମବାର ଦିନ ସମସ୍ତ ଜନସାଧାରଣ ଆବଶ୍ୟକ ସାମଗ୍ରୀ କ୍ରୟ କରି ଘରେ ରଖି ସଟ୍ ଡାଉନକୁ ସହଯୋଗ କରିବା ପାଇଁ ଅଟୋରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି। ସଟ୍ ଡାଉନ ଦ୍ୱାରା ମଥୁରା ଗ୍ରାମକୁ କରୋନା ମୁକ୍ତ କରାଯିବାକୁ ଆଶା କରାଯାଉଛି ବୋଲି ସରପଞ୍ଚ ନାୟକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ