ବିବେକାନନ୍ଦ ଶିଶୁମନ୍ଦିର ପରିଚାଳନା ପରିଷଦର ବୈଠକ

ବେଲଗୁଣ୍ଠା , ( ଯୁଗାବ୍ଦ ନ୍ୟୁଜ): ଗାଙ୍ଗପୁର ବିବେକାନନ୍ଦ ଶିଶୁଶିକ୍ଷା ପ୍ରତିଷ୍ଠାନର ପରିଚାଳନା ପରିଷଦ କମିଟିର ବୈଠକ ସରୋଜ କୁମାର ବିଷୋୟୀଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବେଲକୁଣ୍ଠା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନୀଳମଣୀ ବିଷୋୟୀ, ସନ୍ତୋଷ କୁମାର ବିଷୋୟୀ, ସୀମାଞ୍ଚଳ ପୃଷ୍ଠି, ପ୍ରକାଶ ଚନ୍ଦ୍ର ବିଷୋୟୀ, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ, ରତ୍ନାକର ନାୟକ, କେଶବ ଚନ୍ଦ୍ର ସ୍ୱାଇଁ , ନିତ୍ୟାନନ୍ଦ ବିଷୋୟୀ, ପ୍ରତିମା ବିଷୋୟୀ, ପ୍ରଭାକର ଗୈଡ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟର ଆୟବ୍ୟୟ ଉପରେ ଆଲୋଚନା କରିବା ସହ ବିଦ୍ୟାଳୟରେ ନୂତନ କୋଠା ନିର୍ମାଣ, ସିସିଟିଭି ସଂଯୋଗ ଏବଂ ଆଗାମୀ ଦିନରେ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରୌପ୍ୟ ଜୟନ୍ତୀ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଶେଷରୋେ ବିଦ୍ୟାଳୟର ପ୍ରଧାନ ଅଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ