ସପ୍ତାହରେ ୧୦ ପଜିଟିଭ, ଆତଙ୍କରେ ଅଂଚଳବାସୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କରୋନା ମହାମାରୀରେ ସାରା ଗଂଜାମ ଜିଲ୍ଲା କବଳିତ । ଜିଲ୍ଲାର ସମସ୍ତ ବ୍ଳକ, ସହର, ଗ୍ରାମକୁ କରୋନା ବ୍ୟାପିଛି । ଧନୀଠାରୁ ଗରୀବ କାହାକୁ ବି ଛାଡ଼ିନି କରୋନା । ଐପରିକି କରୋନା ଯୋଦ୍ଧା, ପ୍ରଶାସନିକ ଅଧିକାରୀ, ସାଧାରଣ ନାଗରିକ କରୋନାରେ ସଂକ୍ରମିତ । ଗଞ୍ଜାମ ଜିଲ୍ଳାର କବିସୂର୍ଯ୍ୟନଗର ବିଜ୍ଞାପିତ ଅଂଚଳ ସବୁଠାରୁ ଅଧିକ କରେନାରେ କ୍ଷତିଗ୍ରସ୍ତ । ସଂପୃକ୍ତ ଏନଏସିରେ ଗତ ୩ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କରୋନା, ୨ଜଣ ଆତ୍ମହତ୍ୟା, ଜଣେ ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକ ଅଂଚଳରେ ଗତ ସପ୍ତାହକ ମଧ୍ୟରେ ୧୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ବେସରକାରୀ ଭାବେ ଯଥେଷ୍ଟ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୁତ୍ରରୁ ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ସ୍ଥାନୀୟ ଅଂଚଳର ୧୦ ଜଣଙ୍କ ମଧ୍ୟରୁ ଜଣେ ସୁନା ବେପାରୀ, ଜଣେ ପୌରପାଳିକାର କନିଷ୍ଠ ଯନ୍ତ୍ରୀ, ଜଣେ ସାମ୍ବାଦିକ, ୨ ବ୍ୟବସାୟୀ ରହିଥିବା ଜଣାପଡ଼ିଛି । ସମସ୍ତ ସଂକ୍ରମିତ ବିଭିନ୍ନ କୋଭିଡ଼-୧୯ ହସପିଟାଲରେ ଚିକିତ୍ସିତ ହୋଉଥିବା ବେଳେ ଜଣେ ସାମ୍ବାଦିକ ଓ ଜଣେ ସୁନା ବ୍ୟବସାୟୀ ଭୂବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, କରୋନାକୁ ପ୍ରତିହିତ କରିବା ସକାଶେ ପ୍ରଶାସନ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ କରାଯାଇଥିବା ବେଳେ କିଛି ଅମାନିଆ ଏହାକୁ ଖାତିର ନକରି ଲୁଚାଛପାରେ ବ୍ୟବସାୟ କରିବା, ବିନାକାରଣରେ ଘରୁ ବାହାରକୁ ବାହାରି ବାଇକରେ ଚକ୍କର କାଟିବା, ମାସ୍କ ବ୍ୟବହାର ନକରିବା ଏବଂ ବନ୍ଧୁ ମେଳିରେ ଜୁଆ ଖେଳିବା କାରଣରୁ କରୋନା ସଂକ୍ରମିତ ହୋଇଥିବା ନେଇ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ