ବଡ଼ବିଲ ସପ୍ତାହେ ସଟଡାଉନ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରକୁ ଆଜି ଠାରୁ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାପାଳ ଏହି ସଟଡାଉନ ଘୋଷଣା କରିଛନ୍ତି । ବଡ଼ବିଲରୁ ଆଜି ୧୧କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଚିହ୍ନଟ ସମସ୍ତ ୧୧ ଜଣ ଲୋକାଲ କେସ ବୋଲି ଜିଲ୍ଲାପାଳଙ୍କ ଠାରୁ ପ୍ରକାଶ । ତେବେ ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।


