କଟକ ଶିଶୁଭବନ ଆଉଟ୍‌ଡୋର୍‌ ବନ୍ଦ

କଟକ: କଟକ ସହରରେ କରୋନା ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ଜଣେ ଶିଶୁ କରୋନାରେ ସଂକ୍ରମିତ ହେବାପରେ ସୋମବାର କଟକସ୍ଥିତ ଶିଶୁଭବନର ଆଉଟ୍‌ଡୋର ବନ୍ଦ କରାଯାଇଛି। କୋରୋନା ସଂକ୍ରମଣ ଆଶଙ୍କା ଥିବାରୁ ଆଉଟ୍‌ଡୋର୍‌କୁ ପରବର୍ତ୍ତୀ ନିର୍ଦେଶ ଆସିବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ସୂଚନା ଦେଇଛନ୍ତି। ତେବେ ଶିଶୁଭବନରେ ଜରୁରିକାଳୀନ ସେବା ଜାରି ରହିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ରବିବାର କଟକ ସହରରୁ ଆଉ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ କଟକ ଶିଶୁ ଭବନରୁ ଜଣେ ଶିଶୁ ଥିବାବେଳେ ଏସ୍‌ସିବି ମେଡିକାଲରୁ ଆଉ ୧୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ