କଣ୍ଟେନମେଣ୍ଟ ଜୋନରେ ଗୋଲାପଡ଼ା ଓ ଲାଲସିଂ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଲାଲସିଂ ପଞ୍ଚାୟତର ଲାଲସିଂ ଏବଂ ଲଣ୍ଡେଇ ସାହିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଉକ୍ତ ପଞ୍ଚାୟତ ର ରାଜକୁଣ୍ଡୁ ଓ ଛେଦାଭୂମି ଗ୍ରାମ ଏବଂ ଲଣ୍ଡେଇ ସାହି ନିକଟସ୍ଥ ଏନ.ଏ.ସି ର ୧୦ ଓ ୧୪ନଂ ୱାର୍ଡକୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି।ସେହିପରି ଗୋଲାପଡା ପଞ୍ଚାୟତର ଗୋଲାପଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ପରିସରଭୁକ୍ତ କରାଯିବା ସହିତ ଉକ୍ତ ଗ୍ରାମ ଆଖପାଖ ର ଗୋପୀନାଥ ପୁର ଏବଂ ଆଗୁଳପଡା ଗ୍ରାମକୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି। ଉପରୋକ୍ତ ଦୁଇ ପଂଚାୟତର କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଦୋକାନ ବଜାର, ଗାଡ଼ି ମଟର ଓ ଲୋକମାନଙ୍କ ଚଳପ୍ରଚଳ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯିବା ସହ ନଜର ରଖାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଭଞ୍ଜନଗର ବ୍ଳକର ଝାଳିଆଗୋଛା, ଡୁମାକୁମ୍ପା ଓ ଏନ.ଏ. ସିର ବିଭିନ୍ନ ୱାଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ