ଭାରତରେ ୨୫,୦୦୦ ବର୍ଷ ତଳେ ଥିଲେ ଓଷ୍ଟ୍ରିଚ୍

ଆଫ୍ରିକାରେ ଦେଖାଯାଉଥିବା ଓଷ୍ଟ୍ରିଚ ପକ୍ଷୀ ୨୫,୦୦୦ ବର୍ଷ ତଳେ ପ୍ରଥମେ ଭାରତରେ ରହୁଥିଲେ । ସେଣ୍ଟର ଫର ସେଲୁଲାର ଆଣ୍ଡ ମୋଲେକୁଲାର ବାଇଓଲୋଜି (ସିସିଏମବି) ପକ୍ଷରୁ ଏହା ଦାବି କରାଯାଇଛି । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି, ଓଷ୍ଟ୍ରିଚ ହେଉଛି ଆଫ୍ରିକାର ମୂଳ ବାସିନ୍ଦା । କିନ୍ତୁ ଅନେକ ସମୟରେ ଭାରତର ରାଜସ୍ଥାନ, ମଧ୍ୟପ୍ରଦେଶୋ ଏହି ପକ୍ଷୀର ଅଣ୍ଡାଖୋଳ ମିଳିଛି । ନିକଟରେ ଓଷ୍ଟ୍ରିଚ ପକ୍ଷୀର ଅଣ୍ଡା ଖୋଳର ଜୀବାଶ୍ମର ଡିଏନ୍ଏ ପରୀକ୍ଷା କରାଯାଇଥିଲା । ସିସିଏମବିର ବରିଷ୍ଠ ପ୍ରଧାନ ବୈଜ୍ଞାନିକ କୁମାରସ୍ୱାମୀ ଥଙ୍ଗରାଜ କହିଛନ୍ତି, ‘ଡିଏନଏ ଟେଷ୍ଟ କରି ଆମେ ଓଷ୍ଟ୍ରିଚ ପକ୍ଷୀର ଅଣ୍ଡାଖୋଳର ସଫଳ ବିଶ୍ଳେଷଣ କରିଛୁ । ଏଥିରୁ ପ୍ରମାଣିତ ହୋଇଛି ଯେ ଭାରତରେ ମିଳିଥିବା ଓଷ୍ଟ୍ରିଚ ପକ୍ଷୀର ଅଣ୍ଡାର ଖୋଳ ଆଫ୍ରିକାର ଓଷ୍ଟ୍ରିଚ ପକ୍ଷୀର ଅଣ୍ଡା ଖୋଳ ସହିତ ସମାନ । ଗବେଷଣାରୁ ଜଣାପଡ଼ିଛି ଭାରତରେ ମିଳିଥିବା ଓଷ୍ଟ୍ରିଚ ପକ୍ଷୀର ଅଣ୍ଡା ଖୋଳ ୨୫,୦୦୦ ବର୍ଷ ପୁରୁଣା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ