ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଓ ଆଲୋଚନା ଚକ୍ର
ଯାଜପୁର-(ଯୁଗାବ୍ଦ ନ୍ୟୁଜ୍) ସୋମବାର ଦିନ ପାଠାଗାରର ବାର୍ଷିକ କାର୍ୟ୍ୟକ୍ରମ ‘ବିଦ୍ୟାଳୟ’ ସ୍ତରରେ ମାତୃଭାଷାରେ ଶିକ୍ଷାଦାନର ଉପାଦେୟତା’ ଶୀର୍ଷକ ବିଷୟ ବସ୍ତୁ ଉପରେ ବିରଜା ଉଚ୍ଚ ବିଦ୍ୟାଳୟରେ ଅପରାହ୍ନ ୩ଘଟିକା ସମୟରେ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପାଠାଗାରର ସଭାପତି ଶ୍ରୀ ନୃସିଂହଚରଣ ମହାପାତ୍ର ଓ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ବିଜୟା ରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ପାଠାଗାରର ବରିଷ୍ଠ ସଦସ୍ୟ ବନବିହାରୀ ମହାପାତ୍ର, ଗଦାଧର ରାଉତ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଗୌରୀପ୍ରଭା ଦାଶ ବି•ରକ ଭାବେ ପ୍ରତିଯୋଗୀ ମାନଙ୍କର ବକ୍ତବ୍ୟର ମୂଲ୍ୟାୟନ କରିଥିଲେ । ମାତୃଭାଷାରେ ଶିକ୍ଷାଦାନ ଦ୍ୱାରା ପିଲା ନିଜଭାଷାରେ ସବୁକଥା ସହଜରେ ବୁଝିବା ସହିତ ଭାବର ଆଦାନ ପ୍ରଦାନ ସହଜରେ ହୋଇଥାଏ । ମାତୃଭାଷା ସମସ୍ତ ବ୍ୟକ୍ତିଲାଗି ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଆମର ସଂସ୍କୃତି ସହିତ ଆମକୁ ସମ୍ପୃକ କରିଥାଏ । ମାତୃଭାଷା ଶିକ୍ଷାଦ୍ୱାରା ବ୍ୟକ୍ତିର ସାମଗ୍ରୀକ ବିକାଶ ଘଟିଥାଏ ବୋଲି ପ୍ରତିଯୋଗୀମାନେ ସୂଚିନ୍ତିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରତିଯୋଗୀତାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଶିଶିରେଖା ମିଶ୍ର, ରିତେଶ୍ ପଣ୍ଡା, ସ୍ଥିତିପଜ୍ଞା ସନ୍ଧିବିଗ୍ରହ କୃତକାର୍ୟ୍ୟ ହୋଇଥିଲେ । ଯୋଗ୍ୟ ପ୍ରତିଯୋଗୀମାନଙ୍କୁ ଆସନ୍ତା ୩୧ତାରିଖ ବୁଧବାର ଦିନ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ପୂଣ୍ୟତିଥିର ପ୍ରମାଣ ପତ୍ର ସହ ନଗଦ ରାଶି ପୁରସ୍କାର ପ୍ରଦାନ କରାଯିବ । ଉକ୍ତ କାର୍ୟ୍ୟକ୍ରମରେ ବରିଷ୍ଠ ସଦସ୍ୟ କହ୍ନେଇ ଚରଣ ମହାନ୍ତି, ବିଷ୍ଣୁ ଚରଣ ବିହାରୀ, ରବିନ୍ଦ୍ର ମହାନ୍ତି, ଧନଞ୍ଜୟ କେଶରୀ ରାଉତରାୟ, ଅଜୟ କୁମାର ମହାନ୍ତି, ରାମକୃଷ୍ଣ ବେହୁରିଆ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ । ସମୁଦାୟ କାର୍ୟ୍ୟକ୍ରମକୁ ପାଠାଗାର ସଦସ୍ୟ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପାଠୀ ସଂଯୋଜନା ଓ ପରି•ଳନା କରିଥିଲେ ।


