୩୯ ବର୍ଷ ବୟସରେ ଧୋନି
ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟ ଖେଳାଳି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଧୋନି ନିଜ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ସେ ନିଜ ଡ଼ାଏଟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥାଆନ୍ତି। ଯେଉଁଥିରେ ଅଣ୍ଡା ଓ ଖିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦଳର ଅନ୍ୟ ଖେଳାଳିଙ୍କ ମତାନୁଯାୟୀ, ବର୍ତମାନ ମଧ୍ୟ ଧୋନି ପ୍ରାକ୍ଟିସ ସମୟରେ କୁଣ୍ଠାବୋଧ ପ୍ରକାଶ କରନ୍ତି ନାହିଁ। ବର୍ତ୍ତମାନ ମଧ୍ୟ ଧୋନି ୨୧-୨୨ ବର୍ଷର ଯୁବ ଖେଳାଳିଙ୍କ ଠାରୁ ଅଧିକ ବେଗରେ ଦୌଡ଼ି ପାରନ୍ତି । ଧୋନିଙ୍କ ଶାନ୍ତ ସ୍ୱଭାବ ଓ ଧୈର୍ଯ୍ୟ ସବୁବେଳେ ଅନ୍ୟଙ୍କୁ ପ୍ରେରଣା ଯୋଗାଇଥାଏ।


