ଚୀନ୍ ଆପ୍ ନିଷେଧ କରିବ ଆମେରିକା

ଓ୍ବାସିଂଟନ୍: ଚୀନର ମନୋମୁଖୀ କାର୍ଯ୍ୟକଳାପ ଉପରେ ବିଶ୍ବର ବିଭିନ୍ନ ଦେଶ ଅଧିକାଂଶ ଚୀନ ବିରୋଧୀ ଆପଣାଇଛନ୍ତି। ଭାରତରେ ଚୀନର ସମସ୍ତ ଆପ୍ ନିଷେଧ ପରେ ଏବେ ଏହି ନୀତି ଆପଣାଇବାକୁ ଯାଉଛି ଆମେରିକା। ଏହି ଆପ୍‌ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଆପ୍‌ ଟିକ୍‌ଟିକ୍‌ ସମେତ ଏକାଧିକ ଅନ୍ୟ ଆପ୍‌ ମଧ୍ୟ ରହିଛି। ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି, ଆମେରିକା ନିଶ୍ଚିତ ଭାବେ ଚୀନ ଆପ୍‌ ବ୍ୟାନ୍‌ କରିବାକୁ ପ୍ରସ୍ତୁତି ଚଳାଇଛି। ଏଥିରେ ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌ ବି ସାମିଲ ରହିଛି। ପମ୍ପିଓଙ୍କ ଏହି ମନ୍ତବ୍ୟ ପରେ ଚୀନକୁ ୨ୟ ଝଟ୍‌କା ଲଗିବାକୁ ଯାଉଛି। ଏହା ପୂର୍ବରୁ ଭାରତ ଟିକ୍‌ଟକ୍‌ ସମେତ ଚୀନର ୫୯ ଆପ୍‌କୁ ନିଷେଧ କରିଦେଇଛି। ଏହା ପରେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ବାରମ୍ବାର ଭାରତ ସରକାରଙ୍କ ସହିତ ଆଲୋଚନା ଚଳାଇଛନ୍ତି, କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ନିଷ୍ପତ୍ତିରେ କିଛି ପରିବର୍ତ୍ତନ କରାଯାଇ ନାହିଁ। ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜବା ବୃଦ୍ଧି ପାଇବା ପରେ ଭାରତ ସରକାର ଏହି ପଦକ୍ଷେପ ନେଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ଚୀନ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ୍‌ ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ