ଗୋଟିଏ ପରିବାରର ଦୁଇଭଉଣି ମୃତ, କାରଣ ଅସ୍ପଷ୍ଟ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ସୋରଡା ଥାନା ଅନ୍ତର୍ଗତ ନୂଆଁଗଡ ପୁଷ୍ପ ନଗର ଗାଁ ର ଦୁଇ ଭଉଣୀ ମୃତ । ସକାଳୁ ୫ ଟା ବେଳକୁ ଦୁଇ ଭଉଣୀ ଙ୍କ ଛାତି ଓ ଗଳାରେ ଯନ୍ତ୍ରଣା ଅନୁଭବ ହେଉଥିବା ପ୍ରକାଶ କରିବା ପରେ ମା ପ୍ରାଥମିକ ଚିକିତ୍ସା ଭାବେ ଗଳାରେ ଅମୃତାଞ୍ଜନ ବୋଳିଥିଲେ ତଥାପି କୈଣଷି ଉପସମ ନମିଳିବାରୁ ଗୁଣିଗାରେଡି ସଂଦେହ ରେ ଝଡାଫୁଙ୍କା କରାଯାଇଥିଲା । ଏଥିରେ ମଧ୍ୟ ଯନ୍ତ୍ରଣା କମିନଥିବା ବେଳେ ଆମ୍ବୁଲାନ୍ସ ଡକାଇ ଭଂଜନଗର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ର କାରଣ ଜଣାପଡିନାହିଁ । ସୁଧାଂଶୁ ପାତ୍ର ଙ୍କ ଦୁଇଝିଅ ବଡଝିଅ ୧୦ ବର୍ଷର ସ୍ନେହଲତା ପାତ୍ର ଓ ସାନଝିଅ ସୁଜ୍ଞାନି ପାତ୍ର ୬ ବର୍ଷର ହେଇଥିବା ବେଳେ। ଗୋଟିଏ ପରିବାରର ଦୁଇ ଝିଅ ଙ୍କ ଏଭଳି ମୃତ୍ୟୁ କୁ ନେଇ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ