ବ୍ରହ୍ମପୁର ବଡ଼ମେଡିକାଲର ଓପିଡ଼ି ବନ୍ଦ
ବ୍ରହ୍ମପୁର, (ରାଜେଶ ପଟ୍ଟନାୟକ): ରାଜ୍ୟରେ ଏବେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ରାଜ୍ୟର ସବୁଠାରୁ ଗଞ୍ଜାମ ଜିଲ୍ଳା କରୋନା ପାଇଁ ବେଶି ପ୍ରଭାବିତ ହୋଇଛି । ତେଣୁ ବ୍ରହ୍ମପୁର ଏମକେସିଜି ମେଡିକାଲର ଓପିଡ଼ି ବନ୍ଦ କରାଯିବ। କେବଳ ଗୁରୁତର ରୋଗୀଙ୍କୁ ଓପିଡ଼ିକୁ ଯିବାକୁ ଅନୁମତି ଦିଆଯିବ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଂଜାମ ଜିଲ୍ଲାପାଳ ଏହିପରି ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଫାଟକକୁ ଛାଡ଼ି ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ କରାଯିବ। ରୋଗୀଙ୍କ ସହ କେବଳ ଜଣେ ସମ୍ପର୍କୀୟଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ।


