ବିଧାୟକ କରୋନା ସଂକ୍ରମିତ ହେବା ପରେ ଉଚ୍ଚପଦା ପଞ୍ଚାୟତ ସଟଡାଉନ ଘୋଷଣା

ଟାଙ୍ଗି-ଚୌଦ୍ୱାର,(ଦୀପକ୍ କୁମାର ବେଉରା) ବିଧାୟକ ପ୍ରଶାନ୍ତ କୁମାର ବେହେରା କରୋନା ପଜେଟିଭ ଚିହ୍ନଟ ହେବା ପରେ ଟାଙ୍ଗି ଚୌଦ୍ୱାର ବ୍ଲକର ଉଚ୍ଚପଦା ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ବିରଜା ପ୍ରସାଦ ରାଉତ । ଏକ ନୋଟିସ ମାଧ୍ୟମରେ ସେ ୮ତାରିଖ ବୁଧବାର ରାତି ଦଶଟା ସମୟ ରୁ ୧୦ତାରିଖ ଶୁକ୍ରବାର ରାତି ନଅ ଘଟିକା ପର୍ଯ୍ୟନ୍ତ ପଞ୍ଚାୟତକୁ ସଟଡାଉନ କରିଛନ୍ତି ।ଶୁକ୍ରବାର ରାତି ୯ଟା ରୁ ରାତ୍ରି କାଳୀନ କର୍ଫ୍ୟୁ ଆରମ୍ଭ ହେବା ସହ ଶନିବାର ୧୧ ଓ ରବିବାର ୧୨ ତାରିଖ ସପ୍ତାହନ୍ତ ସଟଡାଉନ ହେଉଥିବାରୁ ପ୍ରକୃତରେ ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପଂଚାୟତରେ ଏହି ସଟଡାଉନ ଲାଗି ରହିବ ବୋଲି ଜଣାପଡିଛି ।ଏ ସମୟରେ କେବଳ ଔଷଧ ଦୋକାନ ଗୁଡିକ ଖୋଲା ରହିବ ଏବଂ ରାସନ ଦୋକାନ ଗୁଡିକ ସକାଳ ସାତ ଟାରୁ ଦଶଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାପଡିଛି ।ଏଠାରେ ସୂଚନାଯୋଗ୍ୟ ସାଲେପୁର ବିଧାୟକ ଗତମାସ୨୬ ତାରିଖରେ ଉଚ୍ଚପଦା ହାଇସ୍କୁଲ ପଡ଼ିଆରେ ଶତାଧିକ ଭତ୍ତା ବଣ୍ଟନ କରିଥିଲେ ।ଗତ ତିନି ତାରିଖରେ ମଣିଆ ଗ୍ରାମରେ କିଛି ବାହାଘର ଭୋଜିରେ ଯୋଗ ଦେବା ସହ ପୋପରଡା ଗ୍ରାମରେ ଏକ କର୍ମୀ ସମ୍ମିଳନୀ କରିଥିଲେ । ଏଥିସହ ବିଧାୟକଙ୍କ ଅଙ୍ଗରକ୍ଷୀ ଯେକି ପୋପରଡା ଗ୍ରାମର ବାସିନ୍ଦା ଅଟନ୍ତି ତାଙ୍କର ମଧ୍ୟ କୋବିଦ୧୯ ପରୀକ୍ଷା ପଜେଟିଭ ଆସିଛି । ସେ ମଧ୍ୟ ବହୁ ଲୋକଙ୍କ ସହ ମିଶିବା ସହ କଡେଇ ଖେଳ ପଡିଆରେ ପିଲାଙ୍କ ସହ ଖେଲିଛନ୍ତି ।ଲୋକଙ୍କ ସ୍ଵାସ୍ତ୍ୟ ଦୃଷ୍ଟିରୁ ପଞ୍ଚାୟତକୁ ସଟଡାଉନ କରାଯାଇଛି ବୋଲି ସରପଞ୍ଚ କହିଛନ୍ତି । ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସିଥିବା ପଞ୍ଚାୟତବାସୀମାନେ ନିଜକୁ ଆଇସଲେସନ ରେ ରଖିବାକୁ ସରପଞ୍ଚ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ