ଯନ୍ତ୍ରଣାରେ ଛଟପଟ କାଦିରଙ୍କୁ ଚିକିତ୍ସା ବ୍ୟବସ୍ଥାର ପ୍ରତିଶୃତି ଦେଲେ କାଶୀନାଥ ହେମ୍ବ୍ରମ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଜୀବନକୁ ଜିଇଁବା ଆଗରୁ, ଯନ୍ତଣାରେ ଛଟପଟ ହେଉଛନ୍ତି 22 ବର୍ଷର ଯୁବକ ଆବଦୁଲ କାଦିର । ଥାଲାସେମିଆ ରୋଗରେ ପୀଡିତ ହେବା ପରେ ଆଖିରୁ ଝରି ଚାଲିଛି ଲୁହ । ଆଉ ସେ ଲୁହ ଯେମିତି କହିବାକୁ ଚାହୁଁଛି ଅନେକ କଥା । ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ନାଗଭଣ ଅଂଚଳର ଆବଦୁଲ କାଦିରଙ୍କ ଚିକିତ୍ସା ପାଇଁ ଏବେ ଆବଶ୍ୟକ ଲକ୍ଷାଧିକ ଟଙ୍କା। ଛୋଟବେଳୁ ବାପା ଚାଲିଗଲେ , ମା’ଙ୍କ ପାଇଁ ଘର ଚଳାଇବା ବହୁ କଷ୍ଟକର ବ୍ୟାପର ହୋଇଛି ! କଷ୍ଟେ ମଷ୍ଟେ ମାସକୁ ଦୁଇଥର କାଦିରଙ୍କୁ ହସ୍ପିଟାଲ ନେଇ ରକ୍ତ ଦିଆକରାଇଥାନ୍ତି ! ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଯୋଗାଡ କରିବା ଏହି ପରିବାର ପାଇଁ ସମ୍ଭବ ହେଉନି ! ଖବର ପାଇଁ ଆବଦୁଲ କାଦିର ଘରେ ପହଂଚିଥିଲେ ସମାଜସେବୀ ତଥା ମୟୁରଭଂଜ ଜିଲ୍ଲା ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ ! କାଶୀନାଥ ହେମ୍ବ୍ରମ କାଦିରଙ୍କ ମା’ ସାମିନା ବିବିଙ୍କ ସହ ବାର୍ତାଳାପ କରିବା ସହ ପୁଅର ଚିକିତ୍ସା ପାଇଁ କଟକରେ ବ୍ୟବସ୍ଥା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମା ସାମିନା ଏବେ ଚାହିଁ ରହିଛନ୍ତି ସେହି ଚିକିତ୍ସାକୁ , ଯେଉଁ ଚିକିତ୍ସାରେ ପୁଅ ଭଲ ହୋଇ ଘରକୁ ହସି ହସି ଫେରି ଆସିବ ! ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ସହ ଯୁବ ସଂଗଠକ ଗଣେଶ ମିଶ୍ର , ବିଜେଡି ସଂଖ୍ୟାଲଘୁ ସେଲର ଜିଲ୍ଲା ସଭାପତି ଏସକେ ସାମିମ , ଏମଡି ୟାହୁଦ ,ସେକ ଆମଜାଦ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ !


