ଭୀନିଲ କ୍ରିଷ୍ଣା ସିଏମଓ ଓଏସଡି ନିଯୁକ୍ତ

ଭୁବନେଶ୍ୱର: ଆଇଏଏସ ଭୀନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓଏସଡି ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ ପରିଚାଳନା ଓଏସଡି ଭାବେ ଭୀନିଲ କ୍ରୀଷ୍ଣାଙ୍କୁ ନିଯୁକ୍ତ କରାଯାଇଛି । ସେ ନିଜ ପୂର୍ବ ଦାୟିତ୍ୱ ସହ ଓଏସଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ଆଉ ୨ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେମାନେ ହେଲେ ଲାଲା ମନୋଜ କୁମାର ରାୟ ଓ କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର । ଲାଲା ମନୋଜ କୁମାର ରାୟଙ୍କୁ ସିଏମଓ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ ସିଏମଓ ଡେପୁଟୀ ସଚିବଭାବେ ନିଯୁକ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ