ହାଟବାଦଡାରେ ଡମ୍ଫରରୁ ଟାୟାର ଚୋରୀ ମାମଲାରେ ଅଭିଯୁକ୍ତ ଗିରଫ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): କରୋନା ମହାମାରୀ ପାଇଁ ରାତିରେ ଲକ୍ ଡାଉନ ଜାରି ରହିଛି। ରାସ୍ତା ଘାଟ ଶୂନଶାନ।ଏଭଳି ନିର୍ଜନ ରାତିର ଭରପୁର ଫାଇଦା ନେବାକୁ ଅଣ୍ଟା ଭିଡିଛନ୍ତି ଚୋର ,ମଦ ମାଫିଆ ଓ ଜୁଆଡିମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡାରେ । ଜୁନ୍ ମାସ ୧୭ ତାରିଖ ମଧ୍ୟ ରାତ୍ରିରେ ହାଟବାଦଡା ଅଂଚଳର ରାସ୍ତା କଡରେ ଅଜିତ ଗିରିଙ୍କ ଡମ୍ଫର 0R 09k 0722 ଲକ୍ ଡାଉନ୍ ପାଇଁ କାମଧନ୍ଦା ନ ଥିବା ଯୋଗୁଁ ଛିଡା ହୋଇ ରହିଥିଲା । ଦେଓଗାଁର ଅରୁଣ@ ଶକ୍ତିପଦ ମହାନ୍ତ A/P ପଳାଶବଣି ତାର ଦୁଇ ସହଯୋଗୀଙ୍କ ସହ ଏକ ମାରୁତିଭେନ BE P ୩୨୧ ରେ ଆସି ଡମ୍ଫରରେ ୬ଟି ଚକ ଯାହାର ଆନୁମାନିକ ମୂଲ୍ଯ ହେବ ଦେଢ ଲକ୍ଷ ଟଙ୍କା କାଢି ନେଇ ଖସି ପଳାଇଥିଲେ ।ଡମ୍ଫର ମାଲିକ ଅଜିତ ଗିରିଶ ଜୁନ ମାସ ୧୮ ତାରିଖ ଡମ୍ଫର ଚକ ଚୋରୀ ମାମଲାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ହାଟାବାଦଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।ଏବଂ ମାମଲା କେଶ ନଂ ୭୩ ରୁଜ୍ଜୁ ହୋଇଥିଲା । ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ମୁଖ୍ୟ ଆସାମୀ ଅରୁଣ ଚକ ଗୁଡିକୁ ବହଳଦା ଥାନା ଅନ୍ତର୍ଗତ କଚଣ୍ଡା ଗ୍ରାମର ସୋନକୁ ୨୦,୦୦୦ ରେ ବିକି ଥିଲା । ପୋଲିସ ସୋନୁଠାରୁ ଚକ ଗୁଡିକୁ ଉଦ୍ଧାର କରିବା, ମାରୁତି ଭେନ ଜବତ କରିବାଏବଂ ଆସାମୀ ଅରୁଣକୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଲାଣ କରିଛି ।


