ରାଇରଙ୍ଗପୁର ବନଖଣ୍ଡ ତରଫରୁ ପାତେପାଣିରେ ବୃକ୍ଷରୋପଣ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ. ଅରୁଣ କୁମାର ମିଶ୍ରଙ୍କ ନିର୍ଦେଶରେ ରେଞ୍ଜ ଅଧିକାରୀ ଅଶୋକ କୁମାର ଦାଶଙ୍କ ତତ୍ଵାବଧାନରେ ପୁରୁଣା ପାଣି ପଞ୍ଚାୟତ ପାତେପାଣି ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ବନପାଳ ବିପିନ ଚନ୍ଦ୍ର ବେହେରାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଯୋଗଦେଇ ବୃକ୍ଷ ମାହାତ୍ମ୍ୟ ଉପରେ ମତ ରଖିବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ । ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ମାନସିଂ ଟୁଡୁ, ପ୍ରକୃତି ଓ ପରିବେଶ ପ୍ରେମୀ ଲଳିତ ମହାନ୍ତ ଚାରା ରୋପଣ କରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓଡିଶା ବନ ଉନ୍ନୟନ ପ୍ରକଳ୍ପ (ଦୁଇ)ର ସଂଯୋଜକ ଶୁଭ୍ରାଂଶୁ କୁମାର ନାୟକ, ସଂଯୋଜିକା ଶିବାନୀ ମହାନ୍ତ, ବିଦ୍ୟାଳୟ ଭି.ଇ.ସି କମିଟିର ଚେୟାରମ୍ୟାନ ଭୀମ ହେମ୍ବ୍ରମ, ବନରକ୍ଷୀ ପରମାନନ୍ଦ ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲା ବେଳେ , ମାଲ୍ଲହ ଟୁଡୁ, ସୃଷ୍ଟି ଧର ମହାନ୍ତ ଓ ବାବୁଲାଲ ମହାନ୍ତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ