ଲେଟ୍ସ୍ ସ୍ମାଇଲ ସାମାଜିକ ସଙ୍ଗଠନ ପକ୍ଷରୁ ସହିଦଙ୍କୁ ସମ୍ବର୍ଦ୍ଧନା
ଯାଜପୁର, (ୱାଇଏନ୍ଏସ୍): ଲେଟ୍ସ୍ ସ୍ମାଇଲ ସାମାଜିକ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ଶୁଭ୍ରାନ୍ତ ଶେଖର ଦୋରାଙ୍କ ଜନ୍ମଦିନ ଉପଲକ୍ଷେ, ଯୁବନେତା ତଥା ସଙ୍ଗଠନର ସ୍ୱେଚ୍ଛାସେବୀ ରାଜେଶ କୁମାର ବଳ କେନ୍ଦୁଝର ଜିଲ୍ଲାର ଖଲଣ ପଞ୍ଚାୟତର ସହିଦ ମନୋଜ କୁମାର ବେହେରାଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରତିଷ୍ଠାତା ଦିଲ୍ଲିପ ଧିର ସାମନ୍ତ କାର୍ଯ୍ୟକାରୀ ସଭାପତି ଦେବବ୍ରତ ମହାପାତ୍ର , ବିଷ୍ଣୁ ବାରିକ, ସୈାରଭ ବେହେରା,ମଣ୍ଟୁ ସା ଏବଂ ସ୍ଥାନୀୟ ବାସିନ୍ଦା।


