ସ୍କିଲ ଇଣ୍ଡିଆ କୌଶଳ ପଖୱାଡା ପକ୍ଷରୁ ଏନସିସି ରେ ସ୍କିଲ ସାଥୀ କ୍ୟାରିୟର କାଉନସେଲିଂ

ବୈଷୟିକ ଶିକ୍ଷାର ଉପାଦେୟତା ଓ ସୁଯୋଗ ସମ୍ବନ୍ଧ ରେ ସଚେତନତା ସୃଷ୍ଟି କରିବା ସହ ଯୁବବର୍ଗକୁ ଏ ଦିଗରେ ଆକୃଷ୍ଟ କରିବା ପାଇଁ ସ୍କିଲ ଇଣ୍ଡିଆ ମିଶନ ପକ୍ଷରୁ ନୂଆଦିଲ୍ଲୀ ର ଏନସିସି ର ଉଭୟ ଛାତ୍ର ଓ ଛାତ୍ରୀ ମାନଙ୍କ ବାର୍ଷିକ ପ୍ରଶିକ୍ଷଣ ଶିବିରରେ ସ୍କିଲ ସାଥୀ କ୍ୟାରିୟର କାଉନସେଲିଂର ଆୟୋଜନ କରାଯାଇଛି । ସ୍କିଲ ସାଥୀ କାଉନସେଲିଂ ରେ ସାଇକୋମେଟ୍ରିକ ପ୍ରଶିକ୍ଷଣ ସହ ସିଧାସଳଖ ବାର୍ତାଳପ ଦ୍ୱାରା ବିଭିନ୍ନ ବୈଷୟିକ ତାଲିମ ଓ ଏହାର ପରବର୍ତୀ ନିଯୁକ୍ତି ସୁଯୋଗ ସମ୍ବନ୍ଧରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୩ ରୁ ୨୬ ବର୍ଷ ବୟସ ମଧ୍ୟରେ ୩୦୦ରୁ ଉର୍ଦ୍ଧ କ୍ୟାଡେଟଙ୍କୁ ଏହି କାଉନସେଲିଂ ଯୋଗାଇ ଦିଆଯାଇଥିଲା । କେନ୍ଦ୍ର ସରକାର ଅଧିନସ୍ଥ ସ୍କିଲ ଡେଭଲପମେଂଟ ଏବଂ ଏଂଟରପ୍ରେନିଓରସିପ ମନ୍ତ୍ରାଳୟର ନ୍ୟାସନାଲ ସ୍କିଲ ଡେଭଲପମେଂଟ କର୍ପୋରେସନ ପକ୍ଷରୁ ବିଭିନ୍ନ ରୋଜଗାର ମେଳା, କେନ୍ଦ୍ରୀୟ ବିଦ୍ୟାଳୟ, ଆର୍ମି ସ୍କୁଲ ଇତ୍ୟାଦିରେ ଏହି କାଉନସେଲିଂ ଦିଆଯାଉଛି । ଏହି କାଉନସେଲିଂ ଦ୍ୱାରା ବହୁଳ ଭାବରେ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ ଦେବା ପାଇଁ ସରକାରୀ ସ୍କୁଲ ପରିସରରେ ଆୟୋଜନ କରାଯାଉଛି । ଏନଏସଡିସି ବିଷୟରେ
ଏନଏସଡିସି ଏକ ବେସରକାରୀ ଜନସାଧାରଣ ସହଭାଗି ଅନୁଷ୍ଠାନ ଅଟେ । ଯିଏକି ସହଭାଗିତା ମାଧ୍ୟମରେ ବେସରକାରୀ ସ୍ତରରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିଥାଏ । ଅଦ୍ୟାବଧି ଦେଶରେ ଏନଏସଡିସି ୫୦୦ରୁ ଅଧିକ ଶିକ୍ଷା ତାଲିମ ପ୍ରଦାନ କାରି ଏବଂ ୩୮ ଟି ସେକ୍ଟର ସହିତ ୬୦୦ରୁ ଅଧିକ ଜିଲ୍ଲାରେ ୧୧୦୦୦ରୁ ଅଧିକ ତାଲିମ କେନ୍ଦ୍ରକୁ ଅନୁମୋଦନ କରିଛି । ଏହା ସହିତ ଏନଏସଡିସି ୨ କୋଟି ରୁ ଅଧିକ ଲୋକଙ୍କୁ ତାଲିମ ପ୍ରଦାନ କରିସାରିଛି । ଅଧିକ ବିବରଣୀ ପାଇଁ http://nsdcindia.org/about-us ଲଗଅନ୍ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ