ସତରେ ସପ୍ନ ପୁରା ହେବ କି ବିଳାସିନୀର!
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ସାନଖଣି ଗାଁ ରେ ଏପରି ଦୃଶ୍ୟ ଦେଖିବାକୁ ମିଲିଥିଲା ଯାକୁ ଆମ ପ୍ରତିନିଧି ସରକାର ଓ ପ୍ରଶାସନର ଲୋକଲୋଚନକୁ ଆଣିଥିଲେ । ୮ ବର୍ଷ ଝିଅ ବିଳାସିନୀଙ୍କ ମୁଣ୍ଡରେ ଅଜଣା ରୋଗକୁ ନେଇ ପରିବାର ଚିନ୍ତାରେ ଝିଅକୁ ପାଠ ପଡ଼ିବାକୁ ଇଛା ମନରେ ବହୁତ କିନ୍ତୁ ମୁଣ୍ଡରେ ଏଭଳି ଅଜଣା ରୋଗ ଯୋଗୁଁ ଯାଇ ପାରୁନାହାନ୍ତି ବିଦ୍ୟାଳୟକୁ । ବିଦ୍ୟାଳୟ ଗଲେ ମଧ୍ୟ ସମସ୍ତେ ଘୃଣା କରୁଛନ୍ତି ତାଙ୍କ ମୁଣ୍ଡକୁ ଦେଖି । ସେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁ ଥିବା ବେଳେ ଏପରି ଅଜଣା ରୁଗ୍ ତାଙ୍କୁ ୪ ବର୍ଷ ହେଲା ପିଛା ଛାଡୁନି । ପରିବାର ଲୁକେ ଜମି ଜୁନବନ୍ଧା କରି ବିଭିନ୍ନ ସ୍ଥାନରେ ମେଡିକାଲ ଦେଖି ସାରିଲେଣି କିନ୍ତୁ କମୁ ନଥିବାରୁ ରୁଗ ଭଲ କରିବା ପାଇଁ ଅନ୍ଧ ବିଶ୍ବାସରେ ପଡି ଜାନୀ କୁ ଦେଖାଇ ଟଙ୍କା ସରିଲାଣି ବାପା ସୁକଦେବ ମଲିକ ଝିଅକୁ ଭଲକରିବା ପାଇଁ ଦାଦନ ଖଟିବାକୁ ବାହା ର ରାଜ୍ୟ କୁ ଯାଇଥିଲେ କିନ୍ତୁ କରୋନା ଭୟ ରେ ଫେରି ଆସି ମା ବିମଳା ମଲିକ ବାପା ମିଶି କୁଲି ମଜୁରୀ କରୁଛନ୍ତି ଝିଅକୁ ଭଲ କରିବା ପାଇଁ ପରିବାରରେ ଆଉରି ୩ ଝିଅ ୧ ପୁଅ ୭ ମାସର ତାକୁ କୁଳରେ ଧରି ପୋଷିବା କାଠିକର ପାଠ ହଉଚି, ଟଙ୍କା ପଇସା ଯାହା ଥିଲା ସବୁ ସରିଗଲା ଝିଅକୁ ଦେଖାଇବାରେ ଏପରିକି ରହିବା ପାଇଁ ଘର ଖଣ୍ଡେ ନଥିବାରୁ ପାଲ ଟାଣି ଖରା ବର୍ଷା ସିତ ଏଇ କୁଡିଆରେ ଦିନ କାଟୁଛନ୍ତି, ଏନେଇ ଦୁଃଖରେ କଇଥିଲେ ତାଙ୍କୁ ବିଦ୍ୟାଳୟରେ ଶିକ୍ଷକ ତାଙ୍କୁ ଘୃଣା କରୁଛନ୍ତି ଅନ୍ୟ ପିଲାଙ୍କୁ ଗେଲ କରି ପାଠ ପଢୁଛନ୍ତି ଦେଇଥିବା ବହି ମଧ୍ୟ ମାଗି ନାଇଯାଇଚନ୍ତି ଶିକ୍ଷକ, ମନରେ ଦୁଃଖ କେତେ ସପ୍ନ ଦେଖିଛି କଣ ସତରେ ପୁରା ହେବାକୁ ଯାଉଛି ତା ସପ୍ନ ପାଠ ପଡି ବଡ଼ ଲୁକ ହେବେ ବିଳାସିନୀକେବେ ତାଙ୍କ ଇଚ୍ଛା ପୂରଣ ହେବ ଏଇ ବିଷୟରେ ମୋହନା ବିଡ଼ିଓଙ୍କୁ ଜଣା ଯାଇଥିଲା ଆଜି ବିଡ଼ିଓ ବଂଶୀଧର ଖୁସ୍ ଖଣି ଯାଇ ପରିବାର ଲୋକଙ୍କୁ ମିଶି ଡାକ୍ତରଙ୍କ ସହ ଆଲାଚନା କରିଚନ୍ତି ସଟ୍ଡ଼ାଉନ୍ ସରିଲେ ଡାକ୍ତରୀ ଦଳ ତାର ଚିକିତ୍ସିତ କରିବା ପାଇଁ ନେବେ ତା ସହ ରହିବା ପାଇଁ ଘର ମଧ୍ୟ ତୁରନ୍ତ ଦେବା ପାଇଁ ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦେଶ ଦେଇ ଫେରିଛନ୍ତି ବିଡ଼ିଓ । ଏଇ ଖବର ଶୁଣି ବିଳାସିନୀ ଓ ତାଙ୍କ ପରିବାର ଖୁସୀ ଅନୁଭବ କରିଛନ୍ତି।


