ସେବାୟତଙ୍କ ୩ୟ ପର୍ଯ୍ୟାୟ କୋଭିଡ ଟେଷ୍ଟ

ପୁରୀ: ଶେଷ ହୋଇଛି ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ କିଭଳି ଭାବେ ସମ୍ପର୍ଣ୍ଣ ହୋଇଛି ସେ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏଥିପାଇଁ ପୁଣି ଥରେ ରଥଯାତ୍ରାରେ ନିୟୋଜିତ ହୋଇଥିବା ସେବାୟତମାନଙ୍କର କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଶନିବାର ୩ଟି ସ୍ଥାନ ବାଗଡିଆ ଧର୍ମଶାଳା, ହିନ୍ଦି ସ୍କୁଲ ଏବଂ ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟ ଏହି ଟେଷ୍ଟ କରାଯାଉଛି । ଏହା ୧୪ ତାରିଖ ଯାଏ ଚାଲିବ । ସେବାୟତଙ୍କ ସମେତ ରଥଯାତ୍ରାରେ ସାମିଲ ଅନ୍ୟ ସମସ୍ତ କର୍ମଚାରୀଙ୍କ ମଧ୍ୟ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ