ଚୀନରୁ ଦୂରେଇ ଯିବ ଟିକଟକ୍

ନୂଆଦିଲ୍ଲୀ: ସର୍ଟ ଭିଡିଓ ଏବଂ ମ୍ୟୁଜିକ ଆପ ଟିକଟକ ପାଇଁ ସବୁଠି ବଡ଼ ବିପତ୍ତି ସାଜିଛି ଚାଇନା ଲିଙ୍କ । କମ୍ପାନୀର ମୂଳଦେଶ ଚୀନ ରହିବା କାରଣରୁ ଏହାକୁ ବ୍ୟବସାୟରେ ଧକ୍କା ମିଳୁଛି । ଅନ୍ୟ ରାଷ୍ଟ୍ରଗୁଡ଼ିକ ଗୋଟିଏ ପରେ ଗୋଟିଏ ଏହାକୁ ବାସନ୍ଦ କରିବାକୁ ଲାଗିଲେଣି । ଏହାର ମୂଳ କାରଣ ହେଉଛି ଚୀନ ସହ ଏହାର ଲିଙ୍କ । ଚାଇନାର କମ୍ପାନୀ ହୋଇଥିବାରୁ ଏହା ଅନ୍ୟ ରାଷ୍ଟ୍ରଗୁଡିକରେ ଭରସା ଯୋଗ୍ୟ ହୋଇପାରୁନାହିଁ । ସବୁ ରାଷ୍ଟ୍ରଗୁଡ଼ିକର ଗୋଟିଏ ଭୟ । ତଥ୍ୟ ଚୋରି । ଅନ୍ୟ ରାଷ୍ଟ୍ରଗୁଡ଼ିକର ସମ୍ବେଦନଶୀଳ ତଥ୍ୟ ଚୋରି କରିବା ଚୀନର ପୁରୁଣା ପ୍ରବୃତ୍ତି । ଏହି ରାଷ୍ଟ୍ର ଏଭଳି ଆଇନ ମଧ୍ୟ କାର୍ଯ୍ୟକାରୀ କରିଛି, ଯାହା ମାଧ୍ୟମରେ ନିଜ କମ୍ପାନୀଗୁଡ଼ିକ ଜରିଆରେ ଏହା ଅନେକ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହାତଉଛି । ଡାଟା ଗୋପନୀୟତାକୁ ଦୃଷ୍ଟିରେ ରଖି ଭାରତ ଟିକଟକ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ କରିବା ପରେ ଏବେ ସମଗ୍ର ବିଶ୍ୱରେ ସ୍ୱଦେଶୀ କ୍ରାନ୍ତି । ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟ ଟିକଟକ ସମେତ ଅନ୍ୟ ଚାଇନିଜ ଆପ ଗୁଡ଼ିକୁ ହଟାଇବାକୁ ଚିନ୍ତା କଲେଣି । ଏହା ଏବେ ଟିକଟକ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି । ଏହା ବର୍ତ୍ତମାନ ଚୀନ ଠାରୁ ଦୂରେଇ ଯିବାକୁ ଚାହୁଁଛି ।
ଟିକଟକର ମୂଳ କମ୍ପାନୀ ବାଇଟଡ୍ୟାନ୍ସ ଲିମିଟେଡ ଏହାର ଟିକଟକ ବ୍ୟବସାୟର କର୍ପୋରେଟ ଢ଼ାଞ୍ଚାକୁ ବଦଳାଇବାକୁ ଚିନ୍ତା କରୁଛି । କମ୍ପାନୀ ଅଧିକାରୀମାନେ ଟିକଟକ ପାଇଁ ଏକ ନୂଆ ମ୍ୟାନେଜମେଣ୍ଟ ବୋର୍ଡ ଗଠନ କରିବା ପାଇଁ ବିଚାର କରୁଛନ୍ତି । ଏହା ପାଇଁ ଚୀନ ବାହାରେ ଏକ ପୃଥକ ମୁଖ୍ୟ କାର୍ଯ୍ୟାଳୟ କରାଯିବ । ବେଜିଂରୁ ଟିକଟକର ବ୍ୟବସାୟକୁ ଦୂରେଇ ନିଆଯିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ