ମୟୂରଭଂଜରେ ଅଦ୍ୟାବଧି ୩୨୭ କରୋନା ଆକ୍ରାନ୍ତ ଚିହ୍ନଟ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି ଯାହାକି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଶୁକ୍ରବାର ସୁଦ୍ଧା ୩୨୭ ପଜିଟିଭ୍ ସଂଖ୍ୟା ଛୁଇଁଲାଣି । ସେଥିମଧ୍ୟରୁ ୨୨୫ରୁ ଉର୍ଦ୍ଧ୍ୱ ସୁସ୍ଥ ହୋଇ ଘରକୁ ଫେରିବେନି । ଅଦ୍ୟାବଧି ଜଣେ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଜିଲ୍ଲାର ଦିତୀୟ ପାଳି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରି କରାଯାଇଛି । ଦୋକାନ ବଜାର ସବୁ ବନ୍ଦ ।


