ମାଲକାନଗିରି ସପ୍ତାହେ ଲକଡାଉନ

ମାଲକାନଗିର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟ ବି ବଢିଚାଲିଛି । ଏହାରି ଭିତରେ ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନଏସିକୁ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି । ଆସନ୍ତା ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଆଜି ଜିଲ୍ଲାରୁ ୩୬ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଚିହ୍ନଟ ୩୬ ଜଣଙ୍କ ମଧ୍ୟରୁ ମାଲକାନାଗିରି ମ୍ୟୁନିସିପାଲିଟିରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲିମେଳା ଏନଏସିରୁ ୧୫ ଓ ଖଇରପୁଟ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ପ୍ରକାଶ ଯେ, ରବିବାର ରାଜ୍ୟରେ ଆଉ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ୩୯୪ ଥିବାବେଳେ ୨୦୧ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଁଚିଥିବାବେଳେ ୮୩୬୦ ଜଣ ସୁସ୍ଥ ହୋଇସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ