ଅନୁପମ ଖେରଙ୍କ ପରିବାରକୁ କରୋନା
ନୂଆଦିଲ୍ଲୀ: ବଲିଉଡକୁ ପ୍ରବେଶ କରିଛି କରୋନା ଭୂତାଣୁ । କରୋନା ମୁକାବିଲାରେ ଆରମ୍ଭରୁ ବଡ଼ ଭୂମିକା ନିଭାଇ ଆସିଥିବା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ଏବେ ବଲିଉଡ ଅଭିନେତା ଅନୁପମ ଖେରଙ୍କ ପରିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନୁପମଙ୍କ ମା’, ଭାଇ, ଭାଉଜ ଓ ଝିଆରୀଙ୍କ ନମୁନା ପଜିଟିଭ ଚିହ୍ନଟ ହୋଇଛି । ସାମାନ୍ୟ ଲକ୍ଷଣ ଥାଇ ସମସ୍ତଙ୍କୁ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରୀକ୍ଷା ପରେ ନିଜର ରିପୋର୍ଟ ନେଗେଟିଭ ଆସିଥିବା ଅନୁପମ ଖେର ନିଜ ଟୁଇଟର ପେଜରେ ଏନେଇ ସେ ସୂଚନା ଦେଇଛନ୍ତି ।


