କରୋନା ପଜିଟିଭ ଐଶ୍ଚର୍ଯ୍ୟା

ନୂଆଦିଲ୍ଲୀ: ବଲିଉଡକୁ ପ୍ରବେଶ କରିଛି କରୋନା ଭୂତାଣୁ । କରୋନା ମୁକାବିଲାରେ ଆରମ୍ଭରୁ ବଡ଼ ଭୂମିକା ନିଭାଇ ଆସିଥିବା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ଏବେ ଐଶ୍ଚର୍ଯ୍ୟା ରାୟ ଓ ଝିଅ ଆରାଧ୍ୟା ରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ନେଇ ବିଏମସି ସହକାରୀ କମିଶନର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟପକ୍ଷରେ ଅମିତାଭ ବଚ୍ଚନଙ୍କ ୩ଟି ବଙ୍ଗଳାକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ଜଲସା, ପ୍ରତୀକ୍ଷା ଓ ଜନକ ବଙ୍ଗଳାକୁ ସାନିଟାଇଜ କରାଯାଇଛି । ସାନିଟାଇଜ ପରେ ଜଲସା ବଙ୍ଗଳାକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି । ଗତକାଲି କରୋନା ଆକ୍ରାନ୍ତ ପରେ ବିଗ ବି’ଙ୍କ ଘର ସାନିଟାଇଜ କରାଯାଇଛି । ସାମାନ୍ୟ ଲକ୍ଷଣ ଥାଇ ବିଗ ବି’ ମୁମ୍ବାଇର ନାନାବତୀ ହସ୍ପିଟାଲ ଆଇସୋଲେସନ ୟୁନିଟରେ ଭର୍ତ୍ତି ହୋଇଛନ୍ତି । ତେବେ ଅଭିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ