ଗଜପତି ପ୍ରଶାସନର କଟକଣା: ନିଷିଦ୍ଧ ସୀମା ପାର ହେଲେ କାର୍ଯ୍ୟରୁ ନିଲମ୍ବନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ଦୃତ ଗତିରେ ବଢି ଚାଲିଛି । ଏହାକୁ ରୋକ୍ ଦେବା ସହ ସାଧାରଣଙ୍କ ସୁରକ୍ଷା ପାଇଁ ଗଜପତି ପ୍ରଶାସନ ଆନ୍ଧ୍ର,ରାୟଗଡ,ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡିକୁ ସିଲ୍ କରି ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଏହି ନିଷିଦ୍ଧାଞ୍ଚଳରେ ପ୍ରଶାସନର କଟକଣାକୁ ଅମାନ୍ୟ କରି କୌଣସି ବ୍ୟକ୍ତି ଅବାଧ ପ୍ରବେଶ କିମ୍ବା ସୀମା ପାର ହୋଇ ଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଯେ କୌଣସି ସରକାରୀ କର୍ମଚାରୀ ସୀମା ପାର ହେଲେ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ କୋଭିଡ୍‌-୧୯ ନିୟମାନୁସାରେ ପ୍ରୋସିଡିଂ କରାଯିବା ଘୋଷଣା ହୋଇଛି । ଆଜି ରବିବାର ଗଜପତି ଜିଲ୍ଲା ସାରା ସଟ୍‌ଡାଉନ୍ ରହିଛି । ତୋଣୁ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ଶୁନସାନ୍ ହୋଇପଡିଛି । ଜିଲ୍ଲାରେ କରୋନାର ସ୍ଥିତି ବୃଦ୍ଧିକୁ ନଜରରେ ରଖି ଲୋକେ ସଚେତନତା ସହ ଘରୁ ବାହାରକୁ ବାହାରୁ ନ ଥିବା ଲକ୍ଷ କରାଯାଇଛି । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାରେ ପୋଲିସ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ