ଡାକ୍ତରଙ୍କୁ କରୋନା : ଆର.ଉଦୟଗିରି ଡାକ୍ତରଖାନା ସିଲ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)ଗଜପତି ଜିଲ୍ଲ୍ାର ଆର.ଉଦୟଗିରି ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଓ ସ୍ୱସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗତକାଲି ଠାରୁ ଆର.ଉଦୟଗିରି ଡାକ୍ତରଖାନାକୁ ଗଜପତି ପ୍ରଶାସନ ସିଲ୍ କରିଛନ୍ତି । ଗତକାଲି ଆର.ଉଦୟଗିରି ବ୍ଲକରେ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୩ଜଣ ଆର.ଉଦୟଗିରିର ଅଟନ୍ତି । ଏଥିରେ ୨ଜଣ ଡାକ୍ତରଖାନାର ଏବଂ ଜଣେ ପୋଲିସ ଡ୍ରାଇଭର । ତେଣୁ ଆର.ଉଦୟଗିରି ଡାକ୍ତରଖାନାକୁ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ୨ଦିନ ଧରି ସିଲ୍ କରାଯାଇଛି । ସମଗ୍ର ଡାକ୍ତରଖାନା ପରିସରକୁ ବିଶୋଧନ କରାଯାଇଛି । ଏଥି ସହ ଆର.ଉଦୟଗିରିର ସାରଳା ସାହି,ଗୌଡ ସହି ଓ ତେନ୍ତୁଳି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ୩ଗୋଟି ସାହିକୁ ଯିବା ଆସିବା ସମ୍ପୁର୍ଣ୍ଣ ନିଷେଧ କରାଯାଇଛି ।


