ରାଇରଙ୍ଗପୁରର ଜାମଦାରେ ୫, ତିରିଂରେ ୪ କରୋନା ଆକ୍ରାନ୍ତ ଚିହ୍ନଟ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡରେ କରୋନା ତାର କାୟା ବିସ୍ତାର କରିଚାଲିଛି । ରାଇରଙ୍ଗପୁର ପୌରାଞ୍ଚଳ ଛାଡିଥିଲେ ତାର ଚତୁ଼ଃପାଶ୍ୱ ୭ଟି ବ୍ଲକରେ ଅକ୍ଟୋପାଶୁ ଭଳିଆ ଷଣ୍ଢୁଆସୀ ଆକ୍ରମଣ ଆରମ୍ଭ କରି ଦେଇଛି । ଶୁକ୍ରବାର ଦିନ ମୟୂରଭଂଜ ଜିଲ୍ଲାର ଝାଡ଼ଖଣ୍ଡ ସିମାନ୍ତବର୍ତୀ ଜାମଦା ବ୍କକରେ ଜଣେ ଅଗ୍ନିଶମ କର୍ମଚାରୀ , ଜଣେ ଭିଏଲଡବ୍ଲ୍ଯୂ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ, ୨ଜଣ ସ୍ଥାନୀୟଙ୍କୁ ଚିହ୍ନଟ କରାଯାଇ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଥିମଧ୍ୟରୁ ୪ଜଣ ନିଜ ପରିବାର ସହ ରହୁଥିଲେ । ସେହିଭଳି ଝାଡ଼ଖଣ୍ଡ ସିମାନ୍ତ ତିରିଂ ବ୍ଲକର ଶନିବାର ଦିନ ମିଳିଥିବା ଖବର ଅନୁସାରେ ୪ଜଣ ଆକ୍ରାନ୍ତ ଚିହ୍ନଟ କରାଯିବା ସହ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଥମ ଥର ପାଇଁ ତିରିଂ ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ଏବଂ ମହିଳା ୨ ଜଣ ପୁରୁଷ, ଜଣେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଚିହ୍ନଟ କରାଯାଇଛି । ଅନ୍ୟ ମାନେ ପରିବାର ସହ ରହୁଥିଲେ । ଜାମଦା ଭିଏଲଡବ୍ଲ୍ଯୁ ଗତ ୮ ତାରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସରକାରୀ କର୍ମଚାରୀ, ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଯୋଗ ଦେଇଥିଲେ । ଦିର୍ଘ ଦିନ ହେଲା ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ୨ଟି ବ୍ଲକର କରୋନା ଆକ୍ରାନ୍ତ ମାନେ କୋଉଠୁଓ କେମିତି ସଂକ୍ରମିତ ହେଲେ ତାହା ବର୍ତମାନ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏବଂ ଏହା ଏକ ଜଟିଳ କାର୍ଯ୍ୟ । ସେହିଭଳି ଶନିବାର ଦିନ ମୟୂରଭଂଜ ଜିଲ୍ଲାର ୧୪ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୧୦ ଜଣ ନିଜ ପରିବାର ସହ ରହୁଥିଲେ,୩ଜଣ କରୋନା ଯୋଦ୍ଧାଜ ଏବଂ ଜଣେ ଅସ୍ଥାୟୀ ଶିବିରରେ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ଜଣେ କୁସୁମି,ଖୁଣ୍ଟା ,କୁଳିଅଣା ବ୍ଲକରୁ ଜଣେ ଲେଖାଏଁ,ତିରିଂ ବ୍ଲକର ୪ ଜଣ ଏବଂ ରରୁଆଁ ବ୍ଲକରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।