ଜୁନାଗଡ ପୋଲିସ ଦ୍ୱାରା ୩.୨ କ୍ୱିଣ୍ଟାଲ ରତ୍ନ ପଥର ଜବତ ଜଣେ ଅଟକ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଜୁନାଗଡ ପୋଲିସ ଓ କଟକ ରୁ ଆସିଥିବା କ୍ରାଇମବ୍ରାଞ୍ଚ ଏସ ଟି ଏଫ ଟିମ ର ମିଳିତ ଚଢ଼ାଉ ରେ ରତ୍ନ ପଥର (ରୁବି ଓ ପନ୍ନା)ଚାଲାଣ କରୁଥିବା ଅଭିଯୋଗ ରେ ଜଣେ ଯୁବକ କୁ ଅଟକ ରଖିବା ସହ ତା ନିକଟରୁ ୩.୨ କୁଇଣ୍ଟାଲ ପଥର ଜବତ କରିଛି ଯୁବକ ଜଣକ ଜୁନାଗଡ ଥାନା ପଳାସ ଗାଁ ର ସୁଜିତ ମେହେର ଏହି ରତ୍ନ ପଥର ର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ହେବ ବୋଲି ପ୍ରାଥମିକ ସୂଚନା ରୁ ଜଣାପଡ଼ିଛି ଯୁବକ କୁ ଅଟକ ରଖି ଏହି ରତ୍ନ ପଥର ଚାଲାଣ ପଛରେ ରହିଥିବା ଅନ୍ୟ ଅଭିଯୁକ୍ତ ଙ୍କ ଖୋଲତାଡ଼ କରିବା ସହ ଏକ ଏକ ମାମଲା ରୁଜୁ ହୋଇଥିବା ନେଇ ଜୁନାଗଡ ପୋଲିସ ସୂଚନା ଦେଇଛନ୍ତି