ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : ଆଉ ୩ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ରେ ପହଁଚିଛି । ଅପରପକ୍ଷରେ ୨ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଡାଇବେଟିସରେ ପୀଡ଼ିତ ଥିବା ଜଣେ ୬୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରର ଜଣେ ୭୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ଜୀବନ ମଧ୍ୟ ଯାଇଛି । ଅପରପକ୍ଷରେ ଗଞ୍ଜାମର ଜଣେ ୮୬ ବର୍ଷୀୟ ବୃଦ୍ଧ ମଧ୍ୟ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ହାଇପରଟେନସନରେ ପୀଡ଼ିତ ଥିଲେ । ସେହିପରି ୨ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ଜଣେ ରୋଗୀଙ୍କ ବୟସ ୭୨ ବର୍ଷ ହୋଇଥିଲା । ସେ ମସ୍ତିଷ୍କ ଆଘାତରେ ମୃତ୍ୟୁ ବରଣ କରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଖୋର୍ଦ୍ଧାର ଜଣେ ୫୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ କରୋନାରୀ ଆର୍ଟେରୀ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି ।