ମୁକେଶ ଆଣିଲେ ଜିଓ ଗ୍ଲାସ୍

ରିଲାଏନ୍ସ ଜିଓ ପକ୍ଷରୁ ଜିଓ ଗ୍ଲାସକୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ୭୫ ଗ୍ରାମ ଓଜନର ଏକ ମସ୍କିଡ ରିଅଲିଟି ଚଷମା ଯାହାକୁ ସ୍ମାର୍ଟଫୋନ ସହ ଯୋଡ଼ି ହେବ । ଏହା ଜରିଆରେ ଇଣ୍ଟରନେଟ ବ୍ରାଉଜିଂ କରିହେବ । ଏଥିରେ ରହିଛି ହେଲୋଗ୍ରାଫିକ ଲେନ୍ସ ଯାହା କନଫରେନ୍ସ କଲ କରିବା, ପ୍ରେଜେଣ୍ଟେକୁସନ ସେୟା କରିବା ଓ ଦେଖିବା ଏବଂ ବିଭିନ୍ନ ପ୍ରକାର ଆଲୋଚନା କରିବାରେ ସହାୟକ ହେବ । ହେଲୋଗ୍ରାଫିକ କଲରେ ମଣିଷର ଥି୍ରଡି ଅବତାର ଆବିର୍ଭାବ ହୋଇପାରିବେ । ଜିଓ ଗ୍ଲାସରେ ରହିଛି ପ୍ଲାଷ୍ଟିକ ଫ୍ରେମ ଓ ଏହାର ଦୁଇ ଲେନ୍ସ ମଝିରେ ଏକ କ୍ୟାମେରା ବ୍ୟବହାର କରାଯାଇଛି । ଚଷମାର ଦୁଇ ଗୋଡ଼ରେ ଅଡିଓ, ସ୍ପିକର ଓ ବ୍ୟାଟେରୀ ରହିଛି । ଜିଓ ଗ୍ଲାସରେ ହାଇ ରିଜଲ୍ୟୁସନ ଡିସପ୍ଲେ ରହିଥିବା ବେଳେ ଫୋନ ସହ ଏହାକୁ ଯୋଡ଼ିବା ଲାଗି ଏକ କେବୁଲ ମଧ୍ୟ ରହିଛି । ଅଡ଼ିଓ ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି । କମ୍ପାନୀର ଭିଡିଓ କନଫରେନ୍ସିଂ ଆପ ଜିଓ ମିଟ ଓ ଜିଓ ଗ୍ଲାସକୁ ମିଶାଇ ଶିକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ରିଲାଏନ୍ସ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯୋଜନା ରଖିଛି । ଭର୍ଚୁଆଲ କ୍ଲାସେସ କ୍ଷେତ୍ରରେ ଏହା ବିପ୍ଲବ ଆଣିପାରିବ । ଏହାର ମୂଲ୍ୟ କେତେ ଓ କେବେ ବଜାରକୁ ଆସିବ ତାହା କମ୍ପାନୀ ଜଣାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ