ତନାର ସେଉଳମୁହଁ ପୋଖରୀ ଖୋଳାରେ ଦୁର୍ନିତୀ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତର ତନାର ଗ୍ରାମରେ ସେଉଳମୁହଁ ପୋଖରୀ ଖୋଳାରେ ଦୁର୍ନିତୀ ହୋଇଥିବା କେନ୍ଦ୍ରାପଡା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ତନାର ମୈାଜାର ଖାତା ନମ୍ବର ୬୭୩ ଓ ପ୍ଲଟ ନମ୍ବର ୨୯୦ ଗୋଚର କିଷମ ଜମି ଉପରେ ପୂର୍ବରୁ ମନରେଗାରେ ଏକ ପୋଖରୀ ଖୋଳାଯାଇଥିବା ବେଳେ ବର୍ତ୍ତମାନ ସେହି ଯୋଜନାରେ ପୂନର୍ବାର ସେହି ପୁରୁଣା ପୋଖରୀର ଚର୍ତୁପାଶ୍ୱର୍ ଆଡି ପକାଯାଇ ପୋଖରୀ ଖୋଳାଯାଇଥିବା ଦର୍ଶାଇ ମିଥ୍ୟାବିଲ କରାଇନେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରାଯାଇଛି । ଏତଦଭିନ୍ନ ସେହି ଜମି ଉପରେ ଥିବା ବହୁ ପୁରାତନ ଏକ ଜୀବନ୍ତ ବରଗଛକୁ କାଟିଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ବାମନ ଚରଣ ପାତ୍ର, ବିଜନ କୁମାର ପାତ୍ର, ଜୟନ୍ତ ସାମଲ, କୃତିବାସ ସାହୁ, ଭାଗବତ ରାଉତ, ଗଣେଶ୍ୱର ସାମଲ, ଖଗେଶ୍ୱର ରାଉତ, ଶ୍ରୀକାନ୍ତ ପାତ୍ର ପ୍ରମୁଖ ବିଡିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେମାନେ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ