ଯବାନମାନଙ୍କୁ ଶିଖାଯିବ ଚୀନର ମାଣ୍ଡାରିନ ଭାଷା

ନୂଆଦିଲ୍ଲୀ: ସୁରକ୍ଷା ବ୍ୟବସ୍ଥା ବଢାଇବା ନେଇ ଆଉ ଏକ ପଦକ୍ଷେପ ନେଇଛି ଭାରତ । ଗୋଟେ ପଟେ ସୀମାରେ ଚୀନ ଓ ଭାରତ ମଧ୍ୟରେ ସଂଘର୍ଷ ଦିନ କୁ ଦିନ ସଂଘର୍ଷ ବଢି ଚାଲିଥିବା ବେଳେ ଉଭୟ ପକ୍ଷରୁ ଏହି ସବୁ ସ୍ଥାନ ମାନଙ୍କରେ ଅଧିକରୁ ଅଧିକ ସଂଖ୍ୟକ ସୈନ୍ୟ ମାନଙ୍କୁ ଛାଉଣୀ କରାଯାଉଛି । ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ଅଞ୍ଚଳରେ ଦାୟିତ୍ୱରେ ଥିବା ଆଇଟିବିପି ଯବାନ ମାନଙ୍କୁ ଚୀନର ମାଣ୍ଡାରିନ ଭାଷା ଶିଖାଯିବା ନେଇ ସ୍ଥିର କରାଯାଇଛି । ଗଳବାନ ସମେତ ଏହାର ଆଖପାଖ ସ୍ଥାନ ମାନଙ୍କରେ ଦାୟିତ୍ୱରେ ଥିବା ଆଇଟିବିପି ବା (ଇଣ୍ଡୋ ତିବେତାନ ବର୍ଡ଼ର ପୋଲିସ) ଯବାନ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚାଇନିଜ ଲାଙ୍ଗୁଏଜ କୋର୍ସ ଆରମ୍ଭ କରାଯିବା ସହ ବଦଳୁଥିବା ସମୟାନୁସାରେ ଏହାର ଆଧୁନିକୀକରଣ ମଧ୍ୟ କରାଯିବ । ବିଶେଷ ଭାବେ ଭାରତୀୟ ସେନାଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନିଂ ପ୍ରୋଗ୍ରାମ ବା ପାଠ୍ୟକ୍ରମ ଆରମ୍ଭ କରାଯିବ । ଆଉ ଏହି ପାଠ୍ୟକ୍ରମ ଗୁଡିକରେ ଅଡିଓ ଓ ଭିଡିଓ ଜରିଆରେ ଶିଖାଯିବାର ମଧ୍ୟ ବ୍ୟବସ୍ଥା ରହିବ । ଏହି ଯୋଜନା ଆରମ୍ଭ କରାଯିବାର ପ୍ରଧାନ ଲକ୍ଷ ହେଉଛି ଏହା ଦ୍ୱାରା ଭାରତୀୟ ସୁରକ୍ଷାବଳ ଅଧିକ ସହଜରେ ପ୍ରତିପକ୍ଷଙ୍କ ଭାଷା ବୁଝିବା ସହ ସେମାନଙ୍କ ଦ୍ୱାରା କରାଯାଉଥିବା ଗୁପ୍ତ ଷଡଯନ୍ତ୍ର ଗୁଡିକୁ ମଧ୍ୟ ଠଉରେଇ ପାରିବେ । ଯବାନଙ୍କୁ ଭାଷା ଶିଖାଯିବା ନେଇ ଦାୟିତ୍ୱ “ଚାଇନିଜ ଲାଙ୍ଗୁଏଜ ଡିପାର୍ଟମେଣ୍ଟ”କୁ ଦିଆଯାଇଛି । ଭାରତ-ଚୀନ ସୀମାବର୍ତ୍ତୀ ଅଂଚଳ ମାନଙ୍କରେ ଦାୟିତ୍ୱରେ ଥିବା ପାଖାପାଖି ୯୦ ହଜାର ସୈନ୍ୟଙ୍କୁ ଏହି ମାଧ୍ୟମରେ ଭାଷା ଶିଖାଯିବାର ଯୋଜନା ରହିଛି ପ୍ରାରମ୍ଭିକ ସ୍ତରରେ ଆଇଟିବିପି ତରଫରୁ ମଶୁରୀସ୍ଥିତ ଏକାଡେମୀ ଠାରେ ଏହି କୋର୍ସର ଆରମ୍ଭ କରାଯାଇଛି । ବିଭିନ୍ନ ବ୍ୟାଚ ମାଧ୍ୟମରେ ଏଠାରେ ଯବାନ ମାନଙ୍କୁ ମାଣ୍ଡାରିନ ଭାଷାର ଟ୍ରେନିଂ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଏହି ବ୍ୟବସ୍ଥା ଥିଲେ ମଧ୍ୟ ଦେଶବ୍ୟାପି ଜାରି ରହିଥିବା କରୋନା କାରଣରୁ ହିଁ ଏହି କୋର୍ସକୁ କିଛି ଦିନ ପାଇଁ ବନ୍ଦ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ